Before Header

ରାଜଧାନୀରେ ଅସହ୍ୟ ତାତି, ଦିନ ସାଢେ ୧୧ଟାରେ ୩୭ ଡିଗ୍ରୀ

0 39

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଅସହ୍ୟ ତାତି ।ଦିନ ସାଢେ ୧୧ଟାରେ ୩୭ ଡିଗ୍ରୀ ତାପମାତ୍ରା । ୫ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶା ସମେତ ଉତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି । ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି । କାଲିଠୁ ତାପମାତ୍ରାରେ ବୃଦ୍ଧି ପାଇବା ସହ ଏହି ଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାଯାଇଛି ।

ରାଜଧାନୀରେ ସକାଳ ସାଢ଼େ ୮ଟାରେ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ତେବେ ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୭.୨ ଡିଗ୍ରୀ , ଚାନ୍ଦବାଲିରେ ୩୭ ଡିଗ୍ରୀ , ବାଲେଶ୍ୱରରେ ୩୬ ଡିଗ୍ରୀ ଥିବା ବେଳେ ସମ୍ବଲପୁରରେ ୩୬ ଡିଗ୍ରୀ ରହିଛି । ତା ସହିତ ଗୋପାଳପୁରରେ ୩୫ ଡିଗ୍ରୀ , ପୁରୀରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା । ଆଗକୁ ଆହୁରି ତାତି ବଢିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.