Masthead

ହେଲମେଟ୍ ବଂଚାଇଛି ଜୀବନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ସରକାରଙ୍କ ସଡ଼କ ସୁରକ୍ଷା ନିୟମ ପାଳନ ଯୋଗୁଁ ଜୀବନ ରକ୍ଷାର ସକରାତ୍ମକ ତଥ୍ୟ ଜଣାପଡ଼ିଛି । ତିନି ବର୍ଷରେ ହେଲମେଟ ବଂଚାଇ ଦେଇଛି ୫ ହଜାର ୫୨୭ ଜଣଙ୍କ ଜୀବନ ।

ସଡ଼କ ଦୁର୍ଘଟଣାରେ ପରିବାର ଉଜୁଡ଼ିଯାଇଥାଆନ୍ତା, ଜୀବନ ଚାଲିଯାଇଥାଆନ୍ତା । କିନ୍ତୁ ମଥାରେ ହେଲମେଟ୍ ଥିଲା ବୋଲି ଜୀବନ ରକ୍ଷା ପାଇଗଲା । ନୂଆ ଜୀବନ ମିଳିଲା । ହେଲେ ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟରେ ଗତ ତିନି ବର୍ଷରେ ୫ ହଜାର ୧୬୦ ଜୀବନ ଯାଇଥିବାର ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଦୁର୍ଘଟଣା ସମୀକ୍ଷାରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ତାହା ହେଉଛି ହେଲମେଟ୍ ପିନ୍ଧିଥିବାରୁ ଦୁର୍ଘଟଣା ସତ୍ତ୍ୱେ ଗତ ତିନି ବର୍ଷରେ ୫ ହଜାର ୫୨୭ ଜୀବନ ରକ୍ଷା ପାଇଯାଇଛି । ସଡ଼କ ସୁରକ୍ଷା ନିୟମ ପାଳନ ଯୋଗୁଁ କିଭଳି ଜୀବନ ରକ୍ଷା ହୋଇପାରେ ଏହା ଏକ ସକରାତ୍ମକ ଉଦାହରଣ ଭାବରେ ସାମ୍ନାକୁ ଆସିଛି ।

କେବଳ ୨୦୨୪ରେ ୨୩୯୭ ଜଣ ଏମିତି ଦୁଇଚକିଆ ବ୍ୟବହାରକାରିଙ୍କ ତଥ୍ୟ ସାମ୍ନାକୁ ଆସିଛି । ଯେଉଁମାନେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଲେ, ଆହତ ବି ହେଲେ । କିନ୍ତୁ ହେଲେମେଟ୍ ପିନ୍ଧିଥିବାରୁ ମଥା ରକ୍ଷା ପାଇଗଲା । ସେମାନଙ୍କ ଜୀବନ ବି ରକ୍ଷା ପାଇଗଲା । ୨୦୨୩ରେ ଏହି ସଂଖା ହେଉଛି ୧୬୨୮ ଓ ୨୦୨୨ରେ ଏହି ସଂଖା ହେଉଛି ୧୫୦୨ । ଜୀବନ ରକ୍ଷାର ଏହି ସଂଖ୍ୟା ଆହୁରି ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି ।
ଦୁର୍ଘଟଣା କାହାକୁ କହିକି ଆସେନାହିଁ । ଅଚାନକ ଆସେ, ସବୁ ଉଜାଡ଼ିଦିଏ । କିନ୍ତୁ ଅନେକ ନିଜର ସାବଧାନତା ଓ ସଚେତନତା ପାଇଁ ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ନିଜ ପରିବାର ଉଜାଡ଼ି ଦେବାରୁ ରକ୍ଷା କରିପାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼