Masthead

ବାଲେଶ୍ୱର ପଲିଟିକ୍ସ: ପ୍ରତାପ-ଲେଖାଶ୍ରୀ, କଂଗ୍ରେସରୁ କିଏ?  

ବାଲେଶ୍ୱର  (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଲୋକସଭା ଆସନରେ ଏଥର ହେବ ରୋଚକପୂର୍ଣ୍ଣ ଲଢେଇ  । ବିଳମ୍ବରେ ହେଲେବି  ବିଜେପି ବିପକ୍ଷରେ ବିଜେଡି ଚତୁରତାର ସହ କରିଛି  ଗୋଟିଚାଳନା ।  ବିଜେପିର ପ୍ରତାପ ଷଡଙ୍ଗୀଙ୍କ ସାମ୍ନାରେ ବିଜେପିର ପୁରୁଣା ଚେହେରା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବିଜେଡି କରିଛି ପ୍ରାର୍ଥୀ  । ଯାହାକି  ନୀଳଗିରି ମାଟିରୁ ଦୁଇ ଦୁଇ ଜଣ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲଢିବାକୁ ଯାଇଛନ୍ତି  ।

ଯେଉଁଠି  ନୀଳଗିରି ମାଟିର ପୁଅ ପ୍ରତାପ ଷଡଙ୍ଗୀ ଓ  ନୀଳଗିରି ମାଟିର ବୋହୂ ଲେଖାଶ୍ରୀ  ସାମନ୍ତସିଂହାରଙ୍କ ମଧ୍ୟରେ ବିଗ୍ ଫାଇଟ ଦେଖିବ ବାଲେଶ୍ୱର  । ସେପଟେ ବାଲେଶ୍ୱର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ  ବାଲେଶ୍ୱର ଲୋକସଭା ପ୍ରାର୍ଥୀ କରିବା ଏକ ପ୍ରକାର ଚୁଡାନ୍ତ ହୋଇ ଥିବା ଶୁଣିବାକୁ ମିଳୁଛି  ।

ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀଙ୍କ ନାଁ ଘୋଷଣା କରିବା ପରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କାଲି ଯାଏ ସେ ଯାହାଙ୍କୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥୀ ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି। ନବୀନଙ୍କ ଦୁର୍ନୀତି ବିରୋଧରେ ଓ ମୋଦିଙ୍କ ସଫଳତା ନେଇ ଲଢ଼ିବୁ। ବିଜେଡି କଳା ଟଙ୍କା, ଖଣି, ପାଣି, ଚିଟ୍‌ଫଣ୍ଡ ଟଙ୍କାରେ ନିର୍ବାଚନ ଲଢ଼ିବ।

ପ୍ରତାପ ଷଡ଼ଙ୍ଗୀ ୨୦୧୯ରେ ଏହି ଆସନରେ ପ୍ରାର୍ଥୀ ହୋଇ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା