Masthead

ସହାୟତା ଅପେକ୍ଷା ରେ ସଞ୍ଜୟ, ବସନ୍ତ

 

ବେଗୁନିଆପଡା,(ବଡ଼ ଖବର ବ୍ୟୁରୋ):

ଯୁବାବସ୍ଥା ରେ ଦୁଇ ଭାଇଙ୍କୁ ଆଟାସ୍କିଆ ରୋଗ । ରୋଗ ଛଡେଇ ନେଲା ଦୁଇ ଭାଇଙ୍କ ଯୁବାବସ୍ଥା ।ଦଶ ବର୍ଷ ହେଲା ସର୍ବଦା ଦୁଇ ଭାଇ ଶଯ୍ୟାଶାୟୀ ।ପୂର୍ବରୁ ମୂଲ ଲାଗୁଥିବା ବାପାଙ୍କର ବି ସମାନ ଅବସ୍ଥା ।ମାଆ ଧନୁ ମୁଦୁଲି ମୁଲ ଲାଗିଲେ ଯେତିକି ମିଳୁଛି ସେଥିରେ ଚାଲିଛି ସଂସାର ।ଦିନକୁ ୧୦୦ ରୁ ୧୫୦ ଟଙ୍କା ରୋଜଗାର ।ପିଲାଙ୍କ ଏହି ଅବସ୍ଥାରେ ମାଆ ମଧ୍ୟ ଘର ଛାଡି ମୂଲ ଲାଗିବାକୁ ଯାଇ ପାରୁନାହାନ୍ତି ।

ଷଣ୍ଢମୂଳ ପଞ୍ଚାୟତର ଢ଼େପ ସାହିର ବାସିନ୍ଦା ହାଡୁ ମୁଦୁଲି ।ତାଙ୍କ ଦୁଇ ପୁଅ ସଞ୍ଜୟ (୨୮) ଓ ବସନ୍ତ (୨୪) ବର୍ଷ । ଦଶବର୍ଷ ପୂର୍ବେ ହଠାତ ଏହି ଦୁଇ ଭାଇଙ୍କ ଦେହ ଖରାପ ହୋଇଥିଲା । ହାତ ଗୋଡରୁ ଶକ୍ତି ହରାଇ ମେରୁଦଣ୍ଡ ଦୁର୍ବଳ ହେବା ସହ ଚାଲିବାରେ କଷ୍ଟ ହେଲା  । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲା ପରେ ମଧ୍ୟ ରୋଗ ଏଯାବତ ବଢ଼ିବାରେ ଲାଗିଛି । ବିନା ଆଶ୍ରା ରେ ଚଳିବା ଅସମ୍ଭବ ।ହାତ ଓ ମୁଣ୍ଡ ବହୁ ଜୋରରେ ଥରୁଛି ।ଏତେ ଜୋର ଥରୁଛି ଯେ ନିଜେ ଖାଇ ବି ପାରୁନାହାନ୍ତି । ମାଆ ଧନୁ ମୁଦୁଲି ନିଜେ ମୂଲ ଲାଗିବା ସହ ଦୁଇ ପୁଅ ଓ ସ୍ୱାମୀ ଙ୍କୁ ନିଜ ହାତରେ ଖୁଆଇବା ଦୃଶ୍ୟ ହୃଦୟ ବିଦାରକ  ।

ଦୁଇ ଭାଇ, ବାପା, ମାଆ ଙ୍କ ପରିବାର ଚଳଣି ଆଖିରେ ନ ଦେଖିଲେ କାହାର ବିଶ୍ୱାସ ହେବନି । ପ୍ରମାଣ ପତ୍ର ପାଇଁ ଦୌଡ଼ି ଦୌଡ଼ି ଶେଷରେ ପ୍ରଣାମ ପତ୍ର ମିଳିଲା ପରେ ବି ବର୍ତମାନ ସୁଦ୍ଧା ଭିନ୍ନକ୍ଷମ ଭତ୍ତା ମିଳିନି । ପଞ୍ଚାୟତ କର୍ତୃପକ୍ଷ ଙ୍କ କହିବା ଅନୁସାରେ ଅନଲାଇନ ରେ ଏ ଦୁଇ ଭାଇଙ୍କ ଭତ୍ତା ପାଇଁ ଆବେଦନ କରାଯିବ ,ଏ ନେଇ ବ୍ଲକ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ମତାମତ ନେବାରେ ସେ ଖୁବ ଶୀଘ୍ର ତଦନ୍ତ କରି ଦୁଇ ଭାଇଙ୍କୁ ଭତ୍ତା ମିଳିବା ନେଇ ପ୍ରତିଶୃତି ଦେଇଛନ୍ତି ।

ଯେଉଁ ବୟସରେ ପୁଅ ଦୁଇଜଣ ମାଆ ଙ୍କ ଯତ୍ନ ନେବା କଥା ସେହି ବୟସରେ ମାଆ ଦୁଇ ପୁଅଙ୍କ ଯତ୍ନ ନେଉଛି ବୋଲି କହିଛନ୍ତି ସାହି ପଡିଶା ।

ଯୁବକ ଅବସ୍ଥାରେ ଯଦି ଚିକିତ୍ସାରେ ଅବହେଳା ଘଟେ ତେବେ ଆଗକୁ ସଞ୍ଜୟ ଓ ବସନ୍ତଙ୍କ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରିବ, ତେଣୁ ଏମାନଙ୍କୁ ପ୍ରଶାସନ ତରଫରୁ ଭିନ୍ନକ୍ଷମ ଭତ୍ତା ଦେବା ସହ ମେଡିକାଲ ସୁବିଧା ଯୋଗାଇଦେବାକୁ ପରିବାର ଲୋକେ ଓ ଗ୍ରାମବାସୀ  ନିବେଦନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ