Masthead

କୋଇଲା ଉତ୍ତୋଳନ ବନ୍ଦ କର ନହେଲେ ଆଇନର ଆଶ୍ରୟ ନିଆଯିବ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ସୁନ୍ଦରଗଡ଼ ଜାମକାଣି ଅଞ୍ଚଳରେ ବେଦାନ୍ତ କରୁଛି ବେଆଇନ କୋଇଲା ଖନନ। ପ୍ରେସମିଟ କରି ସରକାର ଉପରେ ବର୍ଷିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ଗାଁର ଅତି ନିକଟରେ କୋଇଲା ଖଣି ଖାନନ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଆମ ପାଖରେ ଥିବା ତଥ୍ୟ ଅନୁସାରେ ଏନଭରମେଣ୍ଟକ୍ଲିୟରାନ୍ସ ବେଦାନ୍ତ କମ୍ପାନୀ ପାଖରେ ନାହିଁ। ଯଦି ଅଛି ତାହାଲେ ସେ ଅନୁଯାୟୀ କାର୍ଯ୍ୟାବଳୀ ହେଉଛି ତ?

୨୦୧୩ ନୂଆ ନିୟମ ଅନୁଯାୟୀ ଅନୁମତିର ୫ବର୍ଷ ଭିତରେ ଫିଜିକାଲ ପୋଜେସନ ନିଆଯାଇ ନଥିଲେ ପୁଣି ଥରେ ନୂଆ କରି ପ୍ରକ୍ରିୟା ଅନୁସରଣ ହେବା କଥା। ଲୋକ ବିପଦ ସଂକୁଳ ଅବସ୍ଥା ରେ ରହୁଛନ୍ତି । ଗ୍ରାମ ସଭା ହୋଇନାହିଁ କି ଲୋକଙ୍କୁ ପୁନର୍ବାସ କରିବା ପାଇଁ କୌଣସି କାର୍ଯ୍ୟ କରାଯାଇନାହିଁ । ପ୍ରଥମେ ଭୂଷଣ କମ୍ପାନୀ ନାରେ କୋଇଲା ଆବଣ୍ଟନ ହୋଇଥିବାବେଳେ କୋଇଲା ଆବଣ୍ଟନ ନେଇ ସୁପ୍ରିମକୋର୍ଟ ରାୟ ପରେ ପୁଣି ସରକାରଙ୍କ ଅଧୀନକୁ ଫେରି ଆସିଲା। ପରେ ନିଲାମ ହୋଇ ବେଦାନ୍ତ କମ୍ପାନୀ ପାଇଲା।

ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଏକ କଣ୍ଟ୍ରାକ୍ଟର କିଛି ମୁଷ୍ଟିମେୟ ଲୋକଙ୍କୁ ଚାକିରୀ ଦେଇଛି। ସରକାର ସବୁଜାଣି ଚୁପ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ଥଇଥାନ ଦାବି। ତୁରନ୍ତ କୋଇଲା ଉତ୍ତୋଳନ ବନ୍ଦ ନ କଲେ ଆଇନ ର ଆଶ୍ରୟ ନେବ କଂଗ୍ରେସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?