Masthead

କୋଇଲା ଉତ୍ତୋଳନ ବନ୍ଦ କର ନହେଲେ ଆଇନର ଆଶ୍ରୟ ନିଆଯିବ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ସୁନ୍ଦରଗଡ଼ ଜାମକାଣି ଅଞ୍ଚଳରେ ବେଦାନ୍ତ କରୁଛି ବେଆଇନ କୋଇଲା ଖନନ। ପ୍ରେସମିଟ କରି ସରକାର ଉପରେ ବର୍ଷିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ଗାଁର ଅତି ନିକଟରେ କୋଇଲା ଖଣି ଖାନନ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଆମ ପାଖରେ ଥିବା ତଥ୍ୟ ଅନୁସାରେ ଏନଭରମେଣ୍ଟକ୍ଲିୟରାନ୍ସ ବେଦାନ୍ତ କମ୍ପାନୀ ପାଖରେ ନାହିଁ। ଯଦି ଅଛି ତାହାଲେ ସେ ଅନୁଯାୟୀ କାର୍ଯ୍ୟାବଳୀ ହେଉଛି ତ?

୨୦୧୩ ନୂଆ ନିୟମ ଅନୁଯାୟୀ ଅନୁମତିର ୫ବର୍ଷ ଭିତରେ ଫିଜିକାଲ ପୋଜେସନ ନିଆଯାଇ ନଥିଲେ ପୁଣି ଥରେ ନୂଆ କରି ପ୍ରକ୍ରିୟା ଅନୁସରଣ ହେବା କଥା। ଲୋକ ବିପଦ ସଂକୁଳ ଅବସ୍ଥା ରେ ରହୁଛନ୍ତି । ଗ୍ରାମ ସଭା ହୋଇନାହିଁ କି ଲୋକଙ୍କୁ ପୁନର୍ବାସ କରିବା ପାଇଁ କୌଣସି କାର୍ଯ୍ୟ କରାଯାଇନାହିଁ । ପ୍ରଥମେ ଭୂଷଣ କମ୍ପାନୀ ନାରେ କୋଇଲା ଆବଣ୍ଟନ ହୋଇଥିବାବେଳେ କୋଇଲା ଆବଣ୍ଟନ ନେଇ ସୁପ୍ରିମକୋର୍ଟ ରାୟ ପରେ ପୁଣି ସରକାରଙ୍କ ଅଧୀନକୁ ଫେରି ଆସିଲା। ପରେ ନିଲାମ ହୋଇ ବେଦାନ୍ତ କମ୍ପାନୀ ପାଇଲା।

ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଏକ କଣ୍ଟ୍ରାକ୍ଟର କିଛି ମୁଷ୍ଟିମେୟ ଲୋକଙ୍କୁ ଚାକିରୀ ଦେଇଛି। ସରକାର ସବୁଜାଣି ଚୁପ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ଥଇଥାନ ଦାବି। ତୁରନ୍ତ କୋଇଲା ଉତ୍ତୋଳନ ବନ୍ଦ ନ କଲେ ଆଇନ ର ଆଶ୍ରୟ ନେବ କଂଗ୍ରେସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ