Masthead

ଆଜି ସନ୍ଧ୍ୟା ଦର୍ଶନ, ଭକ୍ତମାନେ ପାଇବେ ଠାକୁରଙ୍କ ଅନ୍ତିମ ଆଡ଼ପ ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ରବିବାର ସନ୍ଧ୍ୟା ଦର୍ଶନ । ଗୁଣ୍ଡିଚା ଘରେ ଭକ୍ତମାନେ ଠାକୁରଙ୍କ ଅନ୍ତିମ ଆଡ଼ପ ଦର୍ଶନ ପାଇବେ। ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଛି । ଏଣୁ ସନ୍ଧ୍ୟା ତଥା ଶେଷ ଦର୍ଶନରେ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ସନ୍ଧ୍ୟା ଦର୍ଶନ ପରଦିନ ବାହୁଡ଼ା ଯାତ୍ରା । ଏଣୁ ଠାକୁରଙ୍କ ନୀତି ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ କଟକଣା କରାଯାଇଛି। ଆଜି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ ।

ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆଜି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଭକ୍ତମାନେ ଗୁଣ୍ଡିଚା ଘରକୁ ଯାଇ ଶୃଙ୍ଖଳିତ ଠାକୁର ଦର୍ଶନ କରିବେ । ରଥଯାତ୍ରା ଅବସରରେ ଜନ୍ମବେଦିରେ ଠାକୁରଙ୍କ ଏହା ଶେଷ ଦର୍ଶନ ।

ଏହି ଦିନ ଠାକୁରଙ୍କୁ ଦର୍ଶନ କଲେ ଭକ୍ତର ଅଶେଷ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ସକାଳ ୫ଟାରୁ ଠାକୁରଙ୍କ ଭିତରକାଠ ଓ ବାହାର କାଠ ଦର୍ଶନ ଚାଲିବ । ସେଦିନ ଟିକେଟଧାରୀଙ୍କୁ ଗର୍ଭଗୃହ ଦର୍ଶନ ମନା ରହିଥିଲେ ସୁଦ୍ଧା ସେବାୟତ ଘର ମହିଳାମାନେ ସ୍ୱତନ୍ତ୍ର ସୁବିଧା ପାଇବେ । ଦର୍ଶନ ବନ୍ଦ ପରେ ମଧ୍ୟ ନାକଚଣା ଦ୍ୱାର ଖୋଲା ରହି ଭକ୍ତଙ୍କୁ ଆନନ୍ଦବଜାରକୁ ପ୍ରବେଶ ପାଇଁ ସୁବିଧା ଦିଆଯିବ । ସନ୍ଧ୍ୟା ଦର୍ଶନରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟି ଦେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା