Masthead

ବିଜେପିକୁ ଝଟକା ଦେବେ କି ସୋରେନେ?

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍‌ ଦିବସ’ ପାଳନ କରାଯାଇଛି। ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଏକ ସଭାକୁ ସମ୍ବୋଧିତ କରି ହେମନ୍ତ କହିଛନ୍ତି, ତାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ଦିଯାଇଥିଲା ।

ସେ ବୈଠକରେ ତାଙ୍କର ଦଳୀୟ କର୍ମୀ ଏବଂ ସହେଯାଗୀଙ୍କୁ କହିଥିଲେ ଯେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏଥର ବିଜେପିକୁ ହଟେଇବାକୁ ହେବ । ବିଜେପିକୁ ହଟେଇବାର ପାଇଁ ଆମକୁ ଶେଷ ସୁଯୋଗ ମିଳିଛି । ତେଣୁ ଆମର ସମସ୍ତ କର୍ମୀ ଏବଂ ଆଦିବାସୀ ସମାଜ ଏକଜୁଟ ହୋଇ ଝାଡଖଣ୍ଡରୁ ବିଜେପିକୁ ନିପାତ କରିବାର ସମୟ ଆସିଛି । ସୋରେନ କର୍ମୀମାନଙ୍କୁ କହିଛନ୍ତି ଯେ, ବିଜେପି ଏଠାରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚୟନ କରିବାକୁ ଚେଷ୍ଟା କରୁଛି । ଯଦି ଆପଣମାନେ ବିଜେପିକୁ ଚୟନ କରିବେ ।

ତେବେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ରବର ଷ୍ଟାମ୍ପ ଭଳି ବ୍ୟବହାର କରିବେ । ସୋରେନ ନିଜର ଗିରଫଦାରୀକୁ ନେଇ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଡେରିରେ ହେଉ ପଛକେ ମୁଁ ପୁଣିଥରେ ଆପଣମାନଙ୍କ ପାଖରୁ ଫେରିଆସିଛି । ବିଜେପି ଏବେ ଦିନରେ ସ୍ୱପ୍ନ ଦେଖିବା ଆରମ୍ଭ କରୁଛି । ଝାଡଖଣ୍ଡରେ ଆଗୁଆ ନିର୍ବାଚନ ଥିବାରୁ ଏଥିପ୍ରତି ଆମେ ସମ୍ପୂର୍ଣ୍ଣ ଲଢିବାକୁ ପ୍ରସ୍ତୁତ ରହିଛୁ । ଏଥିସହ ଆମକୁ ସମ୍ପୂର୍ଣ୍ଣ ଝାଡଖଣ୍ଡର ଆଦିବାସୀମାନେ ଆମକୁ ସହେଯାଗ କରିବେ ବୋଲି ହେମନ୍ତ ସୋରେନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ