Masthead

ବିଜେପିକୁ ଝଟକା ଦେବେ କି ସୋରେନେ?

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍‌ ଦିବସ’ ପାଳନ କରାଯାଇଛି। ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଏକ ସଭାକୁ ସମ୍ବୋଧିତ କରି ହେମନ୍ତ କହିଛନ୍ତି, ତାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ଦିଯାଇଥିଲା ।

ସେ ବୈଠକରେ ତାଙ୍କର ଦଳୀୟ କର୍ମୀ ଏବଂ ସହେଯାଗୀଙ୍କୁ କହିଥିଲେ ଯେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏଥର ବିଜେପିକୁ ହଟେଇବାକୁ ହେବ । ବିଜେପିକୁ ହଟେଇବାର ପାଇଁ ଆମକୁ ଶେଷ ସୁଯୋଗ ମିଳିଛି । ତେଣୁ ଆମର ସମସ୍ତ କର୍ମୀ ଏବଂ ଆଦିବାସୀ ସମାଜ ଏକଜୁଟ ହୋଇ ଝାଡଖଣ୍ଡରୁ ବିଜେପିକୁ ନିପାତ କରିବାର ସମୟ ଆସିଛି । ସୋରେନ କର୍ମୀମାନଙ୍କୁ କହିଛନ୍ତି ଯେ, ବିଜେପି ଏଠାରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚୟନ କରିବାକୁ ଚେଷ୍ଟା କରୁଛି । ଯଦି ଆପଣମାନେ ବିଜେପିକୁ ଚୟନ କରିବେ ।

ତେବେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ରବର ଷ୍ଟାମ୍ପ ଭଳି ବ୍ୟବହାର କରିବେ । ସୋରେନ ନିଜର ଗିରଫଦାରୀକୁ ନେଇ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଡେରିରେ ହେଉ ପଛକେ ମୁଁ ପୁଣିଥରେ ଆପଣମାନଙ୍କ ପାଖରୁ ଫେରିଆସିଛି । ବିଜେପି ଏବେ ଦିନରେ ସ୍ୱପ୍ନ ଦେଖିବା ଆରମ୍ଭ କରୁଛି । ଝାଡଖଣ୍ଡରେ ଆଗୁଆ ନିର୍ବାଚନ ଥିବାରୁ ଏଥିପ୍ରତି ଆମେ ସମ୍ପୂର୍ଣ୍ଣ ଲଢିବାକୁ ପ୍ରସ୍ତୁତ ରହିଛୁ । ଏଥିସହ ଆମକୁ ସମ୍ପୂର୍ଣ୍ଣ ଝାଡଖଣ୍ଡର ଆଦିବାସୀମାନେ ଆମକୁ ସହେଯାଗ କରିବେ ବୋଲି ହେମନ୍ତ ସୋରେନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ