Masthead

ନିଶା କାରବାରକୁ ନେଇ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ମର୍ଡର। ପୁଣି ନିଶା କାରବାରକୁ ନେଇ ଗଡ଼ିଲା ମୁଣ୍ଡ। ରଘୁନାଥପୁର ସ୍ଥିତ ରଘୁନାଥ ନଗରରେ ସାମାନ୍ୟ ବଚସାରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ହେଲେ ସନାତନ ରାଉତରାୟ । ନିଶା କାରବାର ସାରି ଦ୍ରୁତ ଗତିରେ ଫେରୁଥିବା ବେଳେ ସନାତନ ଏବଂ ତାଙ୍କ ସାଙ୍ଗଙ୍କ ସହ ବଚସା ହୋଇଥିଲା । ପରେ ଉତ୍ୟକ୍ତ ହୋଇ ରାଜା ଘରୁ ଡାକିଆଣିଥିଲେ କିଛି ମହିଳାଙ୍କୁ।

ମହିଳାମାନେ ସନାତନଙ୍କୁ କାବୁ କରିଥିବା ଅବସ୍ଥାରେ ରାଜା ଏବଂ ତାର ସହଯୋଗୀ ବଇଆ ଛୁରି ଆଣି ସନାତନଙ୍କ ଛାତିରେ ବାରମ୍ବାର ଭୁଷି ଚାଲିଥିଲେ। ଘଟଣା ସ୍ଥଳରେ ସନାତନଙ୍କ ମୃତ୍ୟୁ ଘଟିଥିଲା। ତେବେ ସେଠାରେ ରହୁଥିବା ରାଜା ଏବଂ ବଇଆ ଦୀର୍ଘ ବର୍ଷ ହେବ ମଦ ,ଗଞ୍ଜେଇ ଓ ବ୍ରାଉନସୁଗାର ବେପାର କରିଆସୁଥିଲେ। ରାଜା ଉପରେ ଆଗରୁ ଅନେକ ମାମଲା ମଧ୍ୟ ଅଛି ଏବଂ ପୂର୍ବରୁ ଏକ ହତ୍ୟା ମାମଲାରେ ମଧ୍ୟ ସେ ଜଡିତ। ତେବେ ପୁଲିସ ଏହି ଘଟଣା ପରେ ୬ଜଣଙ୍କୁ ଥାନାକୁ ନେଇ ଜେରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର