Masthead

ଡ୍ରେନ ନିର୍ମାଣରେ ଅନିୟମିତତା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଡ୍ରେନ ନିର୍ମାଣ ରେ ବ୍ୟାପକ ଅନିୟମିତତା । କୋଣାର୍କ ଏନଏସି ୧୦ ନମ୍ବର ୱାର୍ଡରୁ ଆସିଲା ଦୁର୍ନୀତି ର ସାଂଘାତିକ ଚିତ୍ର । ଲକ୍ଷାଧିକ ଟଙ୍କାର ବିନିଯୋଗରେ ଚାଲିଥିବା ଏହି ଡ୍ରେନଟି ନିମ୍ନ ମାନର ନିର୍ମାଣ ହେଉଥିବା ଅଭିଯୋଗ ଆସିଛି। ଏହି ଡ୍ରେନ ନିର୍ମାଣରେ ଦେଖିବାକୁ ମିଳିଛି ସାଙ୍ଘାତିକ ଅନିୟମିତତା। ଆଣ୍ଠୁଏ ପାଣିରେ ହେଉଛି ମେଟାଲିଙ୍ଗ ଓ ପଡୁଛି ଢଳେଇ। ଲୋକଙ୍କ ଅଭିଯୋଗ ଅନୁସାରେ କୋଣାର୍କ ଏନଏସିପକ୍ଷରୁ ଏଠାରେ ନିର୍ମାଣ ହେଉଥିବା ଡ୍ରେନଟି ଅତ୍ୟନ୍ତ ନିମ୍ନମାନର ।

ବିନା ଭାଇବ୍ରେଟର ବ୍ୟବହାରରେ କରୁଛନ୍ତି ମେଟାଲିଙ୍ଗ। କିଛି ମାସ ପୂର୍ବରୁ ଗ୍ରୀଷ୍ମ ଋତୁ ଯାଇଥିଲେ ମଧ୍ୟ ସେହି ସମୟରେ ଏହି ନିର୍ମାଣ କାର୍ଯ୍ୟ ନହୋଇ ବର୍ଷା ଦିନରେ ଏହା ନିର୍ମାଣ ହେଉଥିବା ଯୋଗୁଁ ଅସନ୍ତୁଷ୍ଟ ସାଧାରଣଲୋକ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାରୀ ଅର୍ଥ ବିନିଯୋଗରେ ଡ୍ରେନ ନିର୍ମାଣ ହେଉଥିଲାବେଳେ ଏଠି ଠିକାଦାର କରୁଛନ୍ତି ସରକାରୀ ଅର୍ଥ ହଡ଼ପ ଓ ଚଳାଇଛନ୍ତି ମନମୁଖୀ କାର୍ଯ୍ୟ ।

ଠିକାଦାରଙ୍କ ଏପରି କାମରୁ ଲୋକଙ୍କ ସମସ୍ୟା କମାଇବା ପରିବର୍ତ୍ତେ ନିମ୍ନ ମାନର କାମ ହେଉଥିବାରୁ ଆଗାମୀ ଦିନରେ ଏହା ଲୋକଙ୍କ ସମସ୍ୟା ବଢ଼ାଇବ ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକ। ତେବେ ଏଠାରେ ନିମ୍ନ ମାନର କାମ ନକରାଇ ଲୋକଙ୍କ ସୁବିଧା ପାଇଁ ଏହାକୁ ଠିକ ଭାବେ କରାଯାଉ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..