ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନ୍ୟୂନ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ କରାଯାଇ ଏହି ହମଲା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବେସାମରିକ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି ।ସୂଚନା ମୁତାବକ, ଲେବାନନର ଟାୟର ଜିଲ୍ଲାସ୍ଥିତ ଟୌରା ସହର ଉପରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିନ୍ତ ଜୁବୈଲ ଏବଂ ନବାତିୟେହ ଜିଲ୍ଲାର ଗ୍ରାମଗୁଡ଼ିକ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଯୋଗୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି ।

ଦୁଇଦେଶ ମଧ୍ୟରେ ଏପ୍ରିଲ ୧୭ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ପରେ ଏହାକୁ ମେ ୧୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା । କିନ୍ତୁ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣ ଜାରି ରହିଛି । ହିଜବୁଲ୍ଲା ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି । ଇସ୍ରାଏଲର ସୀମା ଆଡ଼କୁ ଏହା ୨୬ଟି ହମଲା କରିଥିବା କହିଛି । ସେପଟେ ଆମେରିକା କହିଛି, ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ଶାନ୍ତି ଓ ସୁରକ୍ଷା ବୁଝାମଣା ନେଇ ପରବର୍ତ୍ତୀ ଆଲୋଚନା ମେ ୧୪-୧୫ରେ ହେବ । ଆମେରିକାର ମଧ୍ୟସ୍ଥତାରେ ଏହା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’