Masthead

ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନ୍ୟୂନ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ କରାଯାଇ ଏହି ହମଲା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବେସାମରିକ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି ।ସୂଚନା ମୁତାବକ, ଲେବାନନର ଟାୟର ଜିଲ୍ଲାସ୍ଥିତ ଟୌରା ସହର ଉପରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିନ୍ତ ଜୁବୈଲ ଏବଂ ନବାତିୟେହ ଜିଲ୍ଲାର ଗ୍ରାମଗୁଡ଼ିକ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଯୋଗୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି ।

ଦୁଇଦେଶ ମଧ୍ୟରେ ଏପ୍ରିଲ ୧୭ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ପରେ ଏହାକୁ ମେ ୧୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା । କିନ୍ତୁ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣ ଜାରି ରହିଛି । ହିଜବୁଲ୍ଲା ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି । ଇସ୍ରାଏଲର ସୀମା ଆଡ଼କୁ ଏହା ୨୬ଟି ହମଲା କରିଥିବା କହିଛି । ସେପଟେ ଆମେରିକା କହିଛି, ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ଶାନ୍ତି ଓ ସୁରକ୍ଷା ବୁଝାମଣା ନେଇ ପରବର୍ତ୍ତୀ ଆଲୋଚନା ମେ ୧୪-୧୫ରେ ହେବ । ଆମେରିକାର ମଧ୍ୟସ୍ଥତାରେ ଏହା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ