Masthead

କାହିଁକି ଅନଶନରେ ବସିବେ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ନଭେମ୍ବର ୨୪ରେ ଭୁବନେଶ୍ୱରରେ ଅନସନରେ ବସିବ ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ । ୨୦୧୩ ବ୍ୟାଚରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ, ଜାଣିଶୁଣି ସରକାରୀ ଦପ୍ତରରେ ହଇରାଣ ହରକତ୍ କରିବା ପ୍ରତିବାଦରେ ପ୍ରାୟ ୪ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଅନସନରେ ବସିବେ ବୋଲି ରାଜ୍ୟ ସଂଘର ସଭାପତି ଶୁଭ୍ରଜିତ୍ ପ୍ରତିହାରୀ କହିଛନ୍ତି। ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିୟମିତ କରିବା ପାଇଁ ଓଡ଼ିଶା ସରକାରଙ୍କର ବିଧିବଦ୍ଧ ନିୟମ ଏବଂ ସମୟ ରହିଛି । କିନ୍ତୁ ଏହି ନିୟମକୁ ଉଳ୍ଲଘଂନ କରାଯାଉଛି। ୨୦୧୩ ବ୍ୟାଚରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜକୁ ଚାକିରି କରିବାର ୮ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ।

ସରକାରଙ୍କର ବିଭିନ୍ନ ଦପ୍ତରରେ ବିଭିନ୍ନ ବାହାନା ଦେଖାଇ ଫାଇଲକୁ ଚପାଇ ଦିଆଯାଉଛି। ସରକାରଙ୍କର ନିୟମ ଅନୁଯାୟୀ, ଚାକିରି କରିବାର ୬ ବର୍ଷ ପରେ ନିୟମିତ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ୨୦୧୩ ବ୍ୟାଚରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ୮ ବର୍ଷ ପୂରଣ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ବିଭିନ୍ନ କାର୍ଯ୍ୟଳୟର କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅବହେଳାକୁ ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ବିରୋଧ କରିଛି । ସରକାରଙ୍କ ଉଦାସୀନତା ପ୍ରତିବାଦରେ ୨୦୧୩ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଶନରେ ବସିବେ ବୋଲି ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ଶୁଭ୍ରଜିତ୍ ପ୍ରତିହାରୀ, ସାଧାରଣ ସମ୍ପାଦକ ନିରୋଦ ରଥ, କାର୍ଯ୍ୟକାରୀ ସଂପାଦକ ବିଶ୍ୱଜିତ୍ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ଦେବାଶିଷ ନାୟକ, ସୌମ୍ୟରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ମଲ୍ଲିକ, ଶୁଭସୁନ୍ଦର ପଣ୍ଡା, ଶିବଶଙ୍କର ସାମଲ, ଅଜୟ ସାହୁ, ମନୋହର ଦାସ, ଦୀଲ୍ଲିପ ବରିହା, ରତିକାନ୍ତ ସାହୁ, ଜନକ ସାହୁ, ସୁରେଶ ନାୟକ, ରାଜେଶ ଶୁଭଙ୍କର, ନିର୍ମଳ ସ୍ୱାଇଁ, ପ୍ରଳୟ ଭୂୟାଁ, ପ୍ରତାପ ସାମଲ୍, ଚିନ୍ମୟ ମହାପାତ୍ର, ପ୍ରଣବ ବିଶ୍ୱାଳ, ନମିତା ବିଷୋୟୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା