Masthead

କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ସତ୍ତାକୁ ଆସିଲେ ୩୦୦ ୟୁନିଟ୍ ଫ୍ରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚଣ୍ଡୀଗଡ଼ ଗସ୍ତରେ ଅଛନ୍ତି । ନିର୍ବାଚନର ବର୍ଷକ ପୂର୍ବରୁ ଲୋକଙ୍କ ନିକଟରତର ହେବାକୁ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ନିର୍ବାଚନକୁ ଆଖି ଆଗରେ ରଖି କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ ସମଗ୍ର ଦେଶ ତୁଳନାରେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମିଳିଥାଏ ।

ଏଥିପାଇଁ ପଞ୍ଜାବ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କରେ । କେବଳ ଏତିକି ନୁହେଁ ପଞ୍ଜାବର ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରେ । ଏହା ସତ୍ତ୍ୱେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ପଞ୍ଜାବରେ ସବୁଠାରୁ ମହଙ୍ଗା ବିଦ୍ୟୁତ କାହିଁକି ମିଳେ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ ନାହିଁ । ସମସ୍ତ ବିଦ୍ୟୁତ୍ କିଣିବାକୁ ପଡ଼େ । ଏହା ସତ୍ତ୍ୱେ ସମଗ୍ର ଦେଶରେ ଦିଲ୍ଲୀ ଜନତାଙ୍କୁ ଶସ୍ତା ବିଦ୍ୟୁତ୍ ପ୍ରଦାନ କରାଯାଇଥାଲ । ପଞ୍ଜାବରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଗୁଡିକ ସହ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଛି , ତେଣୁ ପଞ୍ଜାବରେ ବିଦ୍ୟୁତ୍ ମହଙ୍ଗା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି