Masthead

ପରିବାଦର ଆକାଶ ଛୁଆଁ

କଟକ (ବଡ଼ ଖବର ବ୍ୟୁରୋ): ପରିବା ଦେଖିଲେ ଡର ଲାଗୁଛି । ଆଳୁ କହୁଛି ମୋତେ ଛୁଅଁନା । ୩୦୦ ଟଙ୍କାରେ ଭରୁନି ବ୍ୟାଗ୍ । ରୋଷେଇ ଘରେ ମହଙ୍ଗା ମାଡ଼ । ଆଜ୍ଞା ଏକଥା ଆମେ କହୁନାହୁଁ । ଏବେ କଟକ ସହରରେ ପରିବା ଦରକୁ ନେଇ ଲୋକେ ଏମିତି କଥା ହେଉଛନ୍ତି । ଛତ୍ରବଜାରରେ କିଲୋ ପିଛା ଆଳୁ ଦର ୪୫, ପୋଟଳ ୮୦, ଭେଣ୍ଡି ୬୦, ବିଲାତି ୪୦ ଓ ପିଆଜ ଦର ୫୩ ଟଙ୍କା ଛୁଇଁଲାଣି । ପରିବାଦର ବଢ଼ିଥିବାରୁ ମଧ୍ୟବିତ୍ତ ପରିବାରର ଲୋକେ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତିି । ଏମିତିକି ଲୋକେ ହାଟକୁ ଗଲେ ଭାବୁଛନ୍ତି କ’ଣ ନେବେ । ସବୁ ପରିବାର ଦର ଏବେ ଆକାଶଛୁଆଁ ।

ବନ୍ୟା, ବାତ୍ୟା, ଲଘୁଚାପ ଓ କରୋନା ମହାମାରୀ ଲାଗି ରାଜ୍ୟରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ପରିବାଚାଷୀ ଚଳିତ ବର୍ଷ ଅଧିକ ପରିମାଣର ଚାଷ କରିନାହାନ୍ତି । ଫଳରେ ବାହାର ରାଜ୍ୟରୁ ପରିବା ଆମଦାନୀ କରାଯାଉଛି । ଯାହାକି ପରିବା ଦର ବଢ଼ିବାର ମୁଖ୍ୟକାରଣ ହୋଇଛି । ତେବେ ଗରିବ ଓ ମଧ୍ୟବିତ ପରିବାର ଲୋକଙ୍କ ଲାଗି ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି ତ’ଉପରେ ରହିଛି ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ