Masthead

ଟିକାକୁ ନେଇ କେହି ପ୍ରଶ୍ନ ଉଠାନ୍ତୁ ନାହିଁ: କ୍ରିଷ୍ଣା ଏଲା

ନୂଆଦିଲ୍ଲୀ(ବଡ଼ ଖବର): ଭାରତରେ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଅନୁମୋଦନ ମିଳିବା ପରେ ରାଜନୈତିକ ବାଦ ବିବାଦ ଆରମ୍ଭ ହୋଇଯାଇଛି । ଠିକ୍ ଏହି ସମୟରେ ଟିକାକୁ ନେଇ ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲା ନିଜର ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଯେ ଟିକାକୁ ନେଇ କିଛି ଲୋକ ରାଜନୀତିକରଣ କରୁଛନ୍ତି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ମୋ ପରିବାରର କେହିବି କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି। ତେଣୁ ଏଥିପାଇଁ ରାଜନୀତିର ଆବଶ୍ୟକତା ନାହିଁ।

କୃଷ୍ଣ ଏଲା କହିଛନ୍ତି ଯେ ଆମେ କେବଳ ଭାରତରେ କ୍ଲିନିକାଲ୍ ପରୀକ୍ଷା କରୁନାହୁଁ। ବ୍ରିଟେନ ସମେତ ୧୨ ରୁ ଅଧିକ ଦେଶରେ ଆମେ କ୍ଲିନିକାଲ୍ ପରୀକ୍ଷା କରିଛୁ। ଆମେ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ କ୍ଲିନିକାଲ୍ ପରୀକ୍ଷା କରୁଛୁ । ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଅନୁମୋଦିତ ହୋଇଛି । ଏହାକୁ ନେଇ ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ଏହି ଅନୁମୋଦନ ଶୀଘ୍ର ଦିଆଯାଇଛି।

ଟିକା ତିଆରି କରିବାର ଆମର ଭଲ ଅଭିଜ୍ଞତା ଅଛି । ଆମେ ୧୨୩ ଦେଶ ପାଇଁ କାର୍ଯ୍ୟ କରୁଛୁ । ଏହିପରି ଅଭିଜ୍ଞତା ସହିତ ଆମେ ଏକମାତ୍ର କମ୍ପାନୀ । ତେଣୁ ଆମ ଟିକା ଉପରେ କୌଣସି ପ୍ରଶ୍ନ ଉଠାନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା