ରୋହିଣୀକାନ୍ତଙ୍କ ଅସରନ୍ତି ଦୁଃଖ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ରହିବାକୁ ଘର ଅଛି, ହେଲେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କିରଣ ଘରେ ବେଶ୍ ଭଲରେ ପଡୁଛି । ବର୍ଷାରେ କାନ୍ଥ ଓଦା ହୋଇ ଭୁଶୁଡିବାକୁ ବସିଲାଣି । ଚାଳପଟୁ ସରୀସୃପ ଘରେ ବସା କଲେଣି । ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମାହାଙ୍ଗା ବ୍ଲକ ଭଦରେଶ୍ୱର ଗୋପାଳପୁରର ରୋହିଣୀକାନ୍ତ ଦାସ ।

ରୋହିଣୀକାନ୍ତ ପେସାରେ ଚାଷୀ । ୩ କୁଟୁମ୍ବକୁ ନେଇ ତାଙ୍କ ପରିବାର । କଷ୍ଟେମଷ୍ଟେ ଚଳିଯାଉଛି ତାଙ୍କ ଜୀବନ ସଂସାର । ଫନିବାତ୍ୟା ସହାୟତା ପାଇଁ ଆବେଦନ କରିଥିଲେ, ହେଲେ କିଛି ମିଳିଲା ନି । ସରପଞ୍ଚଙ୍କୁ ନିଜ ଦୁଃଖ କଥା ବାରମ୍ବାର ଜଣାଇଛନ୍ତି, କିନ୍ତୁ ସରପଞ୍ଚ କର୍ଣ୍ଣପାତ କରିନାହାନ୍ତି ।

ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ଆସୁଥିବା ଶୁଣି ବଡ଼ ଖବର ପ୍ରତିନିଧିଙ୍କୁ ଯୋଗାଯୋଗ କରି ତାଙ୍କ ଦୁଃଖ ବଖାଣିଛନ୍ତି । ଦେଖିବାକୁ ବାକି ରହିଲା ସରକାର ରୋହିଣୀଙ୍କ କଥା କେବେ ଶୁଣୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!