Masthead

‘ହିମନ୍ତ ବିଶ୍ୱଶର୍ମାଙ୍କୁ ଗିରଫ କରାଯାଉ’

ଆସାମ (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ଏବେ ବି ମଣିପୁରରେ ଜାରି ରହିଛି ହିଂସା । ବିଭିନ୍ନ ସ୍ଥାନରେ ଜାରି ରହିଛି ଗୁଳି ବର୍ଷା । ମଣିପୁରରେ ଥଂଗଜିଙ୍ଗ୍ ନାମକ ସ୍ଥାନରେ ଗତକାଲି ରାତିରେ ୨୦ ରାଉଣ୍ଡ ଗୁଳିମାଡ ହୋଇଛି । ଗେଲଜୌଙ୍ଗ୍ ଏବଂ ସିଂଗଡାରେ ବି ଗୁଳିମାଡ ଘଟଣା ସାମ୍ନାକୁ ଆସିଛି । ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କୁକି ଉଗ୍ରବାଦୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ କୁକି ଉଗ୍ରବାଦୀ ଗୋଷ୍ଠୀ ସହ ତାଙ୍କ ବିରୋଧରେ ଲିଙ୍କ ଥିବା ଅଭିଯୋଗକୁ ହିମନ୍ତ ଖଣ୍ଡନ କରିଛନ୍ତି।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। ଆସାମର ପ୍ରଦେଶ ମହିଳା କଂଗ୍ରେସ ସଭାପତି ମେରା ବୋରଠାକୁର ଗୋସ୍ବାମୀଙ୍କ ଅଭିଯୋଗ ପରେ ହିମନ୍ତ ବିଶ୍ୱ ଶର୍ମାଙ୍କ ଏହି ବିବୃତ୍ତି ଆସିଛି। ଗୋସ୍ବାମୀ ଅଭିଯୋଗ କରିଛନ୍ତି କୁକି ଉଗ୍ରବାଦୀଙ୍କ ଏକ ଦଳ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ସେମାନେ ଭାଜପାକୁ ସାହାଯ୍ୟ କରିଛନ୍ତି।

ଆସାମର ସିଏମଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ନିକଟରେ ମଣିପୁରର କିଛି ଅଣ୍ଡରଗ୍ରାଉଣ୍ଡ ନେତାଙ୍କ ସହ ଲିଙ୍କ ସମ୍ପର୍କରେ କିଛି ଭିତ୍ତିହୀନ ଅଭିଯୋଗ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କରାଯାଇଛି। କିନ୍ତୁ ଆମେ ଏପରି କୌଣସି ଉପାଦାନ ସହିତ ଜଡିତ ନୁହଁ। ରିପୋର୍ଟ ଅନୁଯାୟୀ ମେରା ଗୋସ୍ବାମୀ ଏହି ଅଭିଯୋଗ ସମ୍ପର୍କରେ ରାଜ୍ୟ ଡିଜିପିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଯେଉଁଥିରେ ଏହି ଅଭିଯୋଗର ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା