Masthead

ହୋଲିକା ଦହନ ହୋଲିର ଆଉ ଏକ ଆକର୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୋଲି । ଖାଲି ରଙ୍ଗର ଉତ୍ସବ ନୁହେଁ, ପ୍ରେମ ଓ ଭାଇଚାରର ପର୍ବ । ଦିପାବଳୀ ପରେ ହୋଲି ଦ୍ୱିତୀୟ ବୃହତ ହିନ୍ଦୁ ଉତ୍ସବ, ଯାହା ପ୍ରତିବର୍ଷ ପାଳିତ ହୁଏ । ବସନ୍ତ ଋତୁରେ ହୋଲି ପର୍ବର ମହକ ନିଆରା । ହୋଲି ଦୁଇଟି ପର୍ବର ମିଶ୍ରଣ, ଛୋଟ ହୋଲି (ହୋଲିକା ଦହନ) ଓ ବଡ଼ ହୋଲି (ରଙ୍ଗର ପର୍ବ) । ହରିଦ୍ୱାର, ପାଟନା, ମୁମ୍ବାଇ ପ୍ରଭୁତି ସ୍ଥାନରେ ଛୋଟ ହୋଲି ଧୁମଧାମରେ ପାଳନ କରାଯାଏ । ଲୋକମାନେ କାଠକୁ ଏକତ୍ରିତ କରି ନିଆଁ ଲଗାନ୍ତି ।

ଆଉ ଚାରିପଟେ ସମବେତ ହୋଇ କରନ୍ତି ସ୍ୱତନ୍ତ୍ର ପୂଜା । ବିଶ୍ୱାସ ରହିଛି ଏହି ପୂଜା କଲେ ମନକୁ ଅପରା ଶାନ୍ତି ମିଳେ , ପରିବାରରେ ସୁଖ ଶାନ୍ତି ବଜାୟ ରହେ । ଅଶୁର ରାଜା ହିରଣ୍ୟକଶ୍ୟପ ନିଜକୁ ଭଗବାନ ବୋଲି ଘୋଷଣା କରିଥିଲେ । ପ୍ରଜାଙ୍କୁ ଆଦେଶ ଦେଇଥିଲେ ଇଶ୍ୱର ସେ ନିଜେ, ପୂଜା ତାଙ୍କୁ ହିଁ କର । କିନ୍ତୁ ତାଙ୍କ ପୁଅ ପ୍ରହ୍ଲାଦ ବାପା ହିରଣ୍ୟକଶ୍ୟପଙ୍କୁ ଭଗବାନେ ଭାବେ ଗ୍ରହଣ କରିନଥିଲେ । ରାଗି ଯାଇଥିଲେ ହିରଣ୍ୟକଶ୍ୟପ । ଡ଼ାକିଥିଲେ ନିଜ ଭଉଣୀ ହୋଲିକାଙ୍କୁ ।

ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ଧରି ପଶିଥିଲେ ନିଆଁରେ । ଜଳିଗଲେ ହୋଲିକା । ପ୍ରହ୍ଲାଦଙ୍କର କୌଣସି କ୍ଷତି ହୋଇନଥିଲା । ସତ୍ୟ ଯୁଗର ଏହି କାହାଣୀ ଆମକୁ ଦେଉଛି ନୂତନ ପ୍ରେରଣା । ଅନ୍ୟାୟ, ଅନୀତି କ୍ଷଣସ୍ଥାୟୀ । ଧର୍ମ, ସତ୍ୟ ଓ ନ୍ୟାୟ ଦୀର୍ଘସ୍ଥାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି