Masthead

ଚାଷୀ ପ୍ରସଙ୍ଗକୁ ନେଇ କକ୍ଷ ତ୍ୟାଗ କଲା ବିଜେପି, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଚାଷୀର ଆୟ ଦୁଇଗୁଣା ହେଲା କେମିତି। ୨୦୧୨-୧୩ରୁ ୨୦୧୮-୧୯ ଯାଏ ଜାତୀୟ ହାରକୁ ଦେଖିଲେ ଚାଷୀର ଆୟ ୬ ବର୍ଷ ଭିତରେ ୫୯ ପ୍ରତିଶତ ବଢିଛି। ୬୪୨୬ ଟଙ୍କାରୁ ୧୦୨୦୮ ଟଙ୍କା ଆୟ ବଢିଛି। କିନ୍ତୁ ଓଡ଼ିଶାରେ ଚାଷୀ ଆୟ ୪୯୭୬ ଟଙ୍କାରୁ ମାତ୍ର ବଢିଛି ୫୧୧୨ ଟଙ୍କାକୁ। ମାତ୍ର ୩ ପ୍ରତିଶତ ବଢିଛି। ଏଥିଲାଗି ଦାୟୀ କିଏ ।୨୦୧୪ ରୁ ୨୦୧୬ ଯାଏ ୪୮ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ୨୦୧୭ରୁ ଆଜିଯାଏ ଗୋଟିଏ ଵି ଚାଷୀ ଆତ୍ମହତ୍ୟା କରିନାହାନ୍ତି ଵୋଲି ସରକାର କହୁଛନ୍ତି।

ଯାହାକି ଅସତ୍ୟ।ଵୌଦ ଧାନମଣ୍ଡିରେ ଚାଷୀ ଧରଣୀଧର ମେହେର ଟଳିପଡିଲେ। ମଣ୍ଡିରେ ଧାନ ନେଲେନାହିଁ। କିନ୍ତୁ ହୃଦଘାତରେ ମୃତ୍ୟୁ କହି ଏହି ଅଧ୍ୟାୟକୁ ବନ୍ଦ କରିଦିଆଗଲା। ଚାଷୀ ସମସ୍ୟା ଵାଵଦରେ ସରକାର ସମ୍ବେଦନଶୀଳ ନୁହନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ଚାଷୀ ପ୍ରସଙ୍ଗରେ ଗୃହରେ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଆସୋନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗ କଲେ ବିରୋଧୀ ବିଜେପି। ବିରୋଧୀଙ୍କ କକ୍ଷ ତ୍ୟାଗ ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ