ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ଖୁସି ଭିତରେ ଦୁଃଖର ଖବର । ଖୋର୍ଦ୍ଧା ଜଙ୍କିଆ ଥାନା ଶିକୋ ଫାଣ୍ଡିରେ ପତାକା ବାନ୍ଧିବା ବେଳେ ଲାଗିଗଲା ବିଦ୍ୟୁତ ତାର । ଚାଲିଗଲା ଜଣେ ହୋମ୍ଗାର୍ଡଙ୍କ ଜୀବନ। ଜଣେ କନଷ୍ଟେବଲ୍ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଫାଣ୍ଡି ପରିସରରେ ଆଜି ସକାଳେ ଚାଲିଥିଲା ପ୍ରସ୍ତୁତି। ପତାକା ଉତ୍ତୋଳନ ପାଇଁ ଏକ ଲୁହା ଖୁଣ୍ଟ ପୋତିବା ବେଳେ ତାହା ନିକଟସ୍ଥ ୧୧ କେଭି ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଜଣେ ହୋମ୍ଗାର୍ଡ ଓ ଜଣେ କନଷ୍ଟେବଲ୍ଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ବିଦ୍ୟୁତ୍ ଆଘାତ ଲାଗିବା ପରେ ଘଟଣାସ୍ଥଳରେ ହୋମ୍ଗାର୍ଡଙ୍କର ମୃତ୍ୟୁ ଘଟିଥିଲା।