Masthead

ଅତିକ ଓ ଅଶରଫ ହତ୍ୟା ପଛରେ ସୁନ୍ଦର ଭଟିର ହାତ!

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅତିକ ଓ ଅଶରଫ ହତ୍ୟା ମାମଲା । ହତ୍ୟା ମାମଲା ପଛରେ ରହିଛି ମାଫିଆ ସୁନ୍ଦର ଭଟିର ହାତ । ଏହି ମାଫିଆ ଅତିକ ଏବଂ ଅଶରଫକୁ ହତ୍ୟା ପାଇଁ ସୁପାରି ଦେଇଥାଇପାରେ ବୋଲି କୁହାଯାଉଛି । ସୁନ୍ଦର ଭଟି ଗ୍ରେଟର ନୋଏଡାର ଗାଙ୍ଗୁଲା ଗାଁର ବାସିନ୍ଦା । କୁହାଯାଉଛି ଯେ, ସୁନ୍ଦର ଭଟିଙ୍କ ନିର୍ଦ୍ଦେଶରେ ଅତିକ୍-ଅଶରଫକୁ ହତ୍ୟା ପାଇଁ ଜିଗାନା ପିସ୍ତଲ ଦିଆଯାଇଥିଲା ।

ପାକିସ୍ତାନ ଦେଇ ଭାରତକୁ ଆସୁଥିବା ଏହି ଜିଗାନା ପିସ୍ତଲ ଅତିକ୍ ଏବଂ ତା’ ଭାଇ ଅଶରଫ ହତ୍ୟାରେ ବ୍ୟବହାର କରାଯାଇଥିଲା । ସେପଟେ ସୁନ୍ଦର ଭଟି ନାଁରେ ୬୨ ଟି ଅପରାଧିକ ମାମଲା ରହିଛି । କେବଳ ଏତିକି ନୁହେଁ ସୁନ୍ଦର ଭାଟି ରାଜନୀତିରେ ମଧ୍ୟ ଆସିବାକୁ ଚାହୁଁଥିଲା । କିନ୍ତୁ ସେ ସମୟରେ ନରେଶ ଭଟି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇଥିଲେ। ପରେ ସୁନ୍ଦର ନରେଶ ଭାଟିଙ୍କୁ ବି ହତ୍ୟା କରିଥିଲା ଏବଂ ଏହା ପରେ ସେ ବିଭିନ୍ନ ଅପରାଧର ଫାଶରେ ପଡ଼ି ଚାଲିଥିଲା। ପ୍ରଥମ ଥର ପାଇଁ ସୁନ୍ଦର ଭାଟିଙ୍କୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ