Masthead

ରାଇଡ଼ିହି ଗାଁକୁ ଭରସା ବାଉଁଶ ପୋଲ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୪ ବର୍ଷ ପରେ ବି ବାଉଁଶ ପୋଲ ସାଜିଛି ଏକ ମାତ୍ର ସାହା ଭରସା। ସରକାରଙ୍କ ମାଳ ମାଳ ଯୋଜନା, କିନ୍ତୁ ଯୋଜନା ସବୁ କାଗଜ କଲମରେ ସିମୀତ ହୋଇ ରହି ଯାଉଛି। କିଛି ଖାମଖିଆଲି ମନଭାବ ଥିବା ସରକାରୀ ଅଧିକାରୀଙ୍କ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରି ଏକ ଗାଁ ର ଦୃଶ୍ୟ ଯେଉଁଠି ଏ ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ୱାଦ ବାରି ପାରିନାହିଁନ୍ତି ଗ୍ରାମବାସୀ। ଆମେ କହୁଁଛୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ରାଇଡିହି ସାମିଲ କମଳାଷୋଳ ଗାଁ କଥା । ଯେଉଁଠି ଦୀର୍ଘ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ହେଲେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ । ରାଇଡିହି ଗାଁକୁ ନା ଅଛି ଯାତାୟତ ପାଇଁ ଭଲ ରାସ୍ତାଟିଏ ନା ଅଛି ପିଇବା ପାଇଁ ଭଲ ପାଣି।

ନିଜ ଖର୍ଚ୍ଚରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଦୈନନ୍ଦିନ ଯାତାୟତର ଏକମାତ୍ର ସାହା ଭରସା। ପକ୍କା ପୋଲ ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଗର୍ଭବତୀ ମହିଳା ହୁଅନ୍ତୁ କି ଛୋଟ ପିଲା କି ବୃଦ୍ଧ ଯିବା ଆସିବା ପାଇଁ ସାହାରା ଦଦରା ବାଉଁଶ ପୋଲ। ଏପରିକି ଏପର୍ଯ୍ୟନ୍ତ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଆସିବ ଠପ ହୋଇ ଯାଇଛି। ୩୦୦ ରୁ ଅଧିକ ପରିବାର ଲୋକେ ଏହି ବିପଦସଂକୁଳ ବାଉଁଶପୋଲ ଉପରେ ଯାତାୟତ କରନ୍ତି । ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି।

ବର୍ଷା ୠତୁରେ ଚାରିମାସ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଅସ୍ୱଚ୍ଛ ପାଣି ଥିବା ଏକ ମାତ୍ର କୂଅ ଗ୍ରାମବାସୀଙ୍କ ପାଇଁ ସାହା ଭରସା। ଏନେଇ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଜଣାଇଛନ୍ତି, ହେଲେ କୌଣସି ସୁଫଳ ମିଳିପାରିନାହିଁ। ଦେଖିବାକୁ ବାକି ରହିଲା ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳ କେବେ ତତ୍ପର ହେବେ ଓ ଲୋକଙ୍କ ସହାୟତା ପାଇଁ କେବେ ପଦକ୍ଷେପ ନେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ