Before Header

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହ କମିଟିର ପ୍ରସ୍ତାବ

0 88

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିରିୟୋଡିକ ଲେବର ଫୋର୍ସ ସର୍ଭେ ଅନୁସାରେ ଓଡ଼ିଶା ଓ ଭାରତର ୭୫% ସ୍ଥାୟୀ ଶ୍ରମିକ, ସଂଗଠିତ କର୍ମଚାରୀ ୭ମ ବେତନ କମିଶନ ଅନୁସାରେ ଧାର୍ୟ୍ୟ କରାଯାଇଥିବା ମାସିକ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ବି ପାଆନ୍ତି ନାହିଁ। କିନ୍ତୁ ଲ ମେକରମାନେ ସେମାନଙ୍କର ମାସିକ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଜୋରଦାର ଦାବି କରୁଛନ୍ତି । ଭାରତରେ ମୁଣ୍ଡପିଛା ମାସିକ ଆୟ୧୪ ହଜାର ଟଙ୍କା ଥିବାବେଳେ ଓଡ଼ିଶାରେ ମାସିକ ହାରାହାରି ମୁଣ୍ଡପିଛା ଆୟ ୧୨,୫୦୦ ଟଙ୍କା ଅଛି । ଏହା ସତ୍ତ୍ୱେ ବିଧାୟକମାନେ ଦରମା ବୃଦ୍ଧି ଦାବି କରୁଛନ୍ତି ।

ବିଧାୟକଙ୍କ ଦରମା ବଢିଲା ୧୨ ବର୍ଷ ପରେ ଦିଲ୍ଲୀ ବିଧାୟକଙ୍କ ଦରମା ବଢିଲା । ଏହି ସୁବିଧା ମଧ୍ୟ ପାଇବେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତା । ପୂର୍ବରୁ ବିଧାୟକମାନେ ମାସିକ ପାଇଥିଲେ ୫୪ ହଜାର ଟଙ୍କା । ଏଣିକି ସେମାନେ ୯୦ ହଜାର ପାଇବେ । ସେହିପରି ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ମାସିକ ଦରମା ୭୨ ହଜାରରୁ ୧ଲକ୍ଷ ୭୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । କେରଳରେ ଅନ୍ୟାନ୍ୟ ସୁବିଧା ଛାଡ଼ି ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ୭୦ ହଜାର ଟଙ୍କା ଥିବାବେଳେ ମନ୍ତ୍ରୀଙ୍କର ପ୍ରାୟ ୯୨ ହଜାର ଟଙ୍କା ଅଛି । ସେହିପରି ତେଲେଙ୍ଗାନାରେ ବିଧାୟକଙ୍କ ଦରମା ଓ ଭତ୍ତା ମିଶିଲେ ୨ଲକ୍ଷ ୫୦ ହଜାର ।

୩ ବର୍ଷ ତଳେ ଓଡ଼ିଶାରେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତାଙ୍କ ଦରମା ବଢିଥିଲା । ସେତେବେବେ ବିଧାୟକ,ମାନେ ମାସିକ ପାଉଥିଲେ ୩୫ ହଜାର ଟଙ୍କା ଦରମା ସହ ଅନ୍ୟ କିଛି ଭତ୍ତା । ଏହାକୁ ମିଶାଇଲେ ସର୍ବମୋଟ ଜଣେ ବିଧାୟକ ମାସକୁ ପାଉଛନ୍ତି ୧ ଲକ୍ଷ ଟଙ୍କା । ସେହିପରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀଦଳ ନେତା ୪୦ ହଜାର ଦରମା ସହ ଅନ୍ୟ କିଛି ଭତ୍ତା ମିଶାଇ ୯୯ ହଜାର ଟଙ୍କା ପାଉଛନ୍ତି। ଏବେ ମୋଟ ଦରମା ଓ ଭତ୍ତା ମିଶି ମାସିକ ୨ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ଗୃହ କମିଟି ପ୍ରସ୍ତାବ ଦେଇଛି ।

Leave A Reply

Your email address will not be published.