Masthead

ଆବାସ ଯୋଜନାରେ ମହାଘୋଟାଲା

ଝରିଗାଁ (ବଡ଼ ଖବର ବ୍ୟୁରୋ): କଚ୍ଚାଘର ରହିବ ନାହିଁ । ସମସ୍ତଙ୍କୁ ମିଳିବ ପକ୍କାଘର । ଏହି ଲକ୍ଷ୍ୟରେ ଗରିବ ଲୋକଙ୍କ ଲାଗି ସରକାର କରିଛନ୍ତି ଆବାସ ଯୋଜନା । ଥିଲାବାଲା ପାଉଛନ୍ତି ପକ୍କାଘର । ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡ଼ୁଛନ୍ତି । ଏମିତିକି ଘର କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବା ଦେଖିବାକୁ ମିଳୁଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିତାଧିକାରୀ ଘର କରି ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ମିଳିନାହିଁ ଟଙ୍କା ।

ଇଛାପୁର ପଞ୍ଚାୟତ କାଦମଲି ଗାଁର କମଲ ମାଝୀ । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ମିଳିଥିଲା । ସୀରକାରୀ ବାବୁମାନେ ୱାର୍କଅର୍ଡର ନଦେଇ ମୌଖିକ ଭାବରେ ତାଙ୍କୁ ଘର କାମ କରିବାକୁ କହିଥିଲେ । ଚାଳ ଛପର ଘରକୁ ଭାଙ୍ଗି ପକ୍କାଘର କାମ ଆରମ୍ଭ କରିଥିଲେ କମଲ । ଧାର ଉଦ୍ଧାର କରି ବର୍ଷେ ମଧ୍ୟରେ ଛାତ ପର୍ଯ୍ୟନ୍ତ କାମ କରିଦେଇଥିଲେ ସୁଦ୍ଧା ଆକାଉଣ୍ଟକୁ ଗୋଟିଏ ବି କିସ୍ତି ଟଙ୍କା ଆସିନଥିଲା । ବ୍ଲକକୁ ବାରମ୍ବାର ଧାଇଁଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବଡ଼ ଖବର ପ୍ରତିନିଧୀଙ୍କ ଅନୁସନ୍ଧାନ ପରେ ଜଣା ପଡିଛି କି କମଲଙ୍କ ବଦଳରେ ତାଙ୍କ ନାଁରେ ଅନ୍ୟଜଣଙ୍କ ଆକାଉଣ୍ଟକୁ ଲକ୍ଷେଟଙ୍କା ଯାଇଛି । ସେହିପରି ଅନ୍ୟଜଣେ ହିତାଧିକାରୀ ଚୁନ୍ଦିଆ ଜାନୀଙ୍କ ମଧ୍ୟ ଘର କରିଥିଲେ ସୁଦ୍ଧା ଅନ୍ୟଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ।

କୁଜି ନେତା ଓ କିଛି ସରକାରୀ ବାବୁମାନେ ହିତାଧିକାରୀଙ୍କଠାରୁ ଟଙ୍କା ଖାଇ ଘର ବାଣ୍ଟୁଛନ୍ତି । ପାତର ଅନ୍ତର କରି ଘର ବଣ୍ଟା ହେଉଥିଛି । ସେପଟେ ଧାର ଉଦ୍ଧାର କରି ଲୋକେ ଘର କରୁଥିଲେ ସୁଦ୍ଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ନ ଯାଇ ଅନ୍ୟ ଲୋକଙ୍କ ଖାତାକୁ ଟଙ୍କା ଯାଉଛି କେମିତି । ଉକ୍ତ ଘଟଣାରେ କେଉଁମାନେ ଜଡିତ ଅଛନ୍ତି ତାକୁ ନେଇ ଉଠିଛି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ । ଜିଲ୍ଲାପ୍ରଶାସନ ଏଦିଗରେ କଣ ପଦକ୍ଷେପ ନେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ