Masthead

ରକ୍ତ ସର୍ମ୍ପକରେ ଛିଟା, ମାଆକୁ ହାଣିଲା ପୁଅ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରକ୍ତ ସର୍ମ୍ପକରେ ଛିଟା । ଯାହାଠୁ ଜନ୍ମ ନେଲା ତାକୁ ହାଣିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ । ମୃତକ ହେଲେ ସୁଲୋଚନା ଦେଇ । ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡିଛି । ପୋଲିସ ଅଂଶୁମାନ କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ।

ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଯାଇଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମାଆ ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବାବେଳେ ଅଂଶୁମାନ ଏକ କଟୁରୀରେ ମାଆଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମା ସୁଲୋଚନା ଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ