Masthead

ବଦଳିଲେ ଆଇଏସଆଇର ମୁଖ୍ୟ

ଇସଲାମାବାଦ(ବଡ଼ ଖବର ବ୍ୟୁରୋ):  ବଦଳିଲେ ଆଇଏସଆଇର ମୁଖ୍ୟ । ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇର ମଖ୍ୟଙ୍କ ବଦଳି ହୋଇଥିବା ଖବର ସାମ୍ନାକୁ ଆସିଛି । ଲେଫ୍ଟନାଣ୍ଟ ଜେନେରାଲ ପୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇଛି । ପରେ ତାଙ୍କୁ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏ ଯାଏଁ ଆଇଏସଆଇର ନୂଆ ମୁଖ୍ୟଙ୍କ ନାଁ ଘୋଷଣା କରାଯାଇ ନାହିଁ ।

ହଠାତ ଆଇଏସଆଇର ମୁଖ୍ୟଙ୍କୁ କାହିଁକି ବଦଳି କରାଗଲା ତାହା ଜଣା ପଡିନି । ୨୦୧୯ ମସିହା ଜୁନ ୧୬ରେ ହମୀଦ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଆଇଏସଆଇରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତୁଲାଉଥିଲେ । ତେବେ ହମୀଦ ପାକିସ୍ତାନ ସେନା ଜେନେରାଲ କମାର ବାଜୱାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ ।

ପାକିସ୍ତାନ ୨୦୧୯ରେ ଅନେକ ବାହ୍ୟ ଓ ଆଭ୍ୟନ୍ତରିଣ ସୁରକ୍ଷା ଚ୍ୟାଲେଞ୍ଚର ସମ୍ମୁଖୀନ ହେଉଥିବା ବେଳେ ହମୀଦ ଆଇଏସଆଇର ଦାୟିତ୍ୱ ନେଉଥିଲେ । ହମୀଦ ଆଫିଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ଉପରେ ନଜର ରଖିଥିଲେ । ସୂତ୍ରରୁ ଜଣାପଡିଥିଲା ଯେ, ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବାରେ ହମୀଦ ସହୋଯୋଗ କରିଛନ୍ତି । ଏମିତିକି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ । ଏବେ କିନ୍ତୁ ହଠାତ ପାକିସ୍ତାନ ଆର୍ମି କାହିଁକି ତାଙ୍କୁ ମୁଖ୍ୟ ପଦରୁ ହଟାଇ ଦେଇଛି ତାହା ଜଣାପଡିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ