Masthead

ମନ ବଦଳାଉଛନ୍ତି ବିରାଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ବିରାଟ କୋହଲି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ବିସ୍ଫୋରକ ବ୍ୟାଟିଂ ହେଉ କିମ୍ବା ନିଜର ଫିଲଣ୍ଡିଂ ହେଉ ସବୁଥିରେ ବିରାଟ କୋହଲି ମାହିର । ଲଗାତାର ଗୋଟେ ପରେ ଗୋଟେ ନୂଆ ରେକର୍ଡ କରିଥାନ୍ତି ବିରାଟ । ଆଇପିଏଲରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଆସୁଛନ୍ତି । ଆଇପିଏଲରେ ପ୍ରଥମରୁ ହିଁ ସେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଆସୁଛନ୍ତି । ଲଗାତାର ଭାବରେ ଆଇପିଏଲର ୧୧ଟି ସିଜନ ଖେଳିଛନ୍ତି ବିରାଟ । କୋହଲି ୨୦୦୮ ଠାରୁ ଆଇପିଏଲ ଖେଳୁଛନ୍ତି । ସେ ପ୍ରଥମ ସିଜନରୁ ଆରସିବି ଦଳରେ ଅଛନ୍ତି । ତିନି ବର୍ଷ ପରେ ୨୦୧୧ ମସିହାରେ ସେ ପ୍ରଥମଥର ପାଇଁ ଆରସିବି ଦଳର ଅଧିନାୟକ ହେବାର ସୁଯୋଗ ପାଇଥିଲେ । ଅନ୍ୟପଟେ ଅଧିନାୟକ ଭାବରେ କୋହଲିଙ୍କ ପ୍ରଥମ ମ୍ୟାଚ ଆଇପିଏଲ ୨୦୧୧ର ୫୫ତମ ମ୍ୟାଚ ଥିଲା । ଏହି ମ୍ୟାଚ ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ କୋହଲି ୩୪ ବଲରୁ ୩୯ ରନର ପାଳି ଖେଳି ଅପରାଜିତ ରହିଥିଲେ । ସେପଟେ କୋଲକାତା ବିପକ୍ଷ ମ୍ୟାଚରେ ଅଧିନାୟକ ଭାବରେ ବିରାଟ ଶେଷ ମ୍ୟାଚ ଖେଳିଥିଲେ ।

୩୩ ବଲରେ ମାତ୍ର ୩୯ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଅଧିନାୟକ ଭାବରେ ବିରାଟ ପ୍ରଥମ ଓ ଶେଷ ମ୍ୟାଚରେ ସମାନ ରନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଟି-୨୦ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ । କିଛି ଦିନ ପୂର୍ବରୁ କୋହଲି ଏପରି ଘୋଷଣା କରିଥିଲେ । ଏହା ଛଡ଼ା ଆଇପିଏଲ ୨୦୨୧ର ଚଳିତ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ତେବେ ନିଜର କାର୍ଯ୍ୟଭାର ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବାର ଅନୁମାନ କରାଯାଉଛି । କାହିଁକିନା କ୍ୟାପଟେନ ହେବା ପରେ ତାଙ୍କର ପ୍ରଦର୍ଶନ ଧିମା ହୋଇଯାଇଥିଲା । ଆଗରୁ ଖୁବ କମ ସମୟରେ ଗୋଟିଏ ପରେ ବିରାଟ କୋହଲି କୀର୍ତ୍ତୀମାନ ସ୍ଥାପନ କରୁଥିଲେ । ହେଲେ କ୍ୟାପଟେନ ହେବା ପରେ ତାଙ୍କ ଖେଳର ଚମକ ଫିକା ପଡ଼ିଯାଇଥିଲା ।

ଏହା ଛଡ଼ା କୋହଲି ଏପର୍ଯ୍ୟନ୍ତ ଭାରତକୁ କୌଣସି ଆଇସିସି ଟ୍ରଫି କିମ୍ବା ଆରସିବିକୁ ଆଇପିଏଲ ଟ୍ରଫି ଦେବାରେ ସକ୍ଷମ ହୋଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହା ଛଡ଼ା ଦାୟିତ୍ୱ ପ୍ରତି ଅସାଧୁ ହେବାକୁ ଚାହୁଁ ନଥିଲେ ବିରାଟ । ଯେଉଁ କାମ ପାଇଁ ଜଣେ ଯଦି ୧୨୦ ପ୍ରତିଶତ ଦେଇନପାରେ, ତେବେ ସେ କାମ କରି କୌଣସି ଲାଭ ନାହିଁ । ହୁଏତ ସେ କ୍ୟାପଟେନ ପଦ ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜର ବ୍ୟାଟିଂ ଉପରେ ଧ୍ୟାନ ଦେବେ । ଏପରି ଅନେକ କଥା ସାମ୍ନାକୁ ଆସୁଛି । ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସହଯୋଗ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କୋହଲି କହିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ବିରାଟଙ୍କ ବଳିଦାନ ଦେଶ ପାଇଁ କେତେ ସହାୟତ ହୋଇପାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ