Masthead

ମଣିଷକୁ ମଣିଷ ଭଳି ମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଅ, ସେ ମୁଦେଇ ହେଉ ବା ମୁଦଲା । ଉଭୟଙ୍କୁ ସୁନ୍ଦର ବ୍ୟବହାର ଦେଖାଇବା ପାଇଁ ଭୁଲନାହିଁ । ଲୋକଙ୍କ ମନରେ ପୋଲିସ ପ୍ରତି ଖରାପ ଚିନ୍ତାଧାରା ସୃଷ୍ଟି ନ ହେଉ । ପୋଲିସ ଜନତାର ବନ୍ଧୁ । ଏଭଳି କେତେ କ’ଣ କଥା ବାରମ୍ବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ଥାନା ଆଇଆଇସିମାନଙ୍କୁ କହିଛି । ଡିଜିପି ମଧ୍ୟ ଏଭଳି ଅନେକ ତାଗିଦ୍ କରିଛନ୍ତି । କିନ୍ତୁ ସ୍ଥିତିରେ ସୁଧାର ଆସୁନି । ଆଇଆଇସିମାନେ ଥାନାରେ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରୁଛନ୍ତି । କ୍ଷୁଣ୍ଣ ହେଉଛି ଲୋକଙ୍କ ମାନବାଧିକାର । ଲାଞ୍ଛିତ ହେଉଛି ରାଜ୍ୟ ଗୃହ ବିଭାଗ ।

ନିକଟରେ ପ୍ରକାଶିତ ଏନସିଆରବି ରିପୋର୍ଟରେ ଓଡ଼ିଶା ସବୁଥିରେ ନମ୍ବର ଓ୍ୱାନ୍ । ନାରୀ ନିର୍ଯାତନା, ଶିଶୁ ନିର୍ଯାତନା, ମାନବାଧିକାର ଉଲ୍ଲଂଘନ ମାମଲାରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ଉପରେ ରହିଛି ।

ବରଗଡ଼ ଜିଲ୍ଲା ପାଇକମାଳ ଥାନା ଆଇଆଇସି ଦୁଇଜଣ ନିର୍ଦ୍ଦୋଷଙ୍କୁ ସଜାଇ ଦେଲେ ହତ୍ୟା ଅଭିଯୁକ୍ତ ।  ସେମାନେ ଜେଲରେ ରହିଲେ । ପରେ ହତ୍ୟାର ଶିକାର ବୋଲି କୁହାଯାଉଥିବା ବ୍ୟକ୍ତି ଜୀବିତ ଫେରିବା ପରେ ପାଇକମାଳ ଆଇଆଇସି ଅଡୁଆରେ ପଡ଼ିଯାଇଥିଲେ । ସେପଟେ ବିନା ଦେଷରେ ଜେଲ ଯାଇଥିବା ଦୁଇ ଅଭିଯୁକ୍ତ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ତତ୍କାଳୀନ ପାଇକମାଳ ଆଇଆଇସିଙ୍କୁ କମିଶନ ଭର୍ତ୍ସନା କରିଛନ୍ତି । କ୍ଷତିପୂରଣ ବାବଦ ଦୁଇ ଅଭିଯୁକ୍ତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କମିଶନ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ଆଉ ସବୁଠାରୁ ବଡ଼ କଥା ହେଲା ଏହି କ୍ଷତିପୂରଣ ରାଶି ଆଇଆଇସିଙ୍କ ଦରମାରୁ ଭରଣ କରିବାକୁ କମିଶନ କହିଛନ୍ତି ।

ଆଜି ଏଭଳି ଆଉ ଏକ ଘଟଣା ପୋଲିସର ପାରିବାପଣିଆକୁ ପଦାରେ ପକାଇଛି । ସାଧାରଣ ଜନତାର ବନ୍ଧୁ କୁହାଯାଉଥିବା ପୋଲିସ ଯେ କେତେ ନିଷ୍ଠୁର ହୋଇପାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ଉତ୍ତୋଳନ ହୋଇଥିବା ଏକ ଭିଡିଓ କହୁଛି । ଗତ ମେ ମାସରେ ପାଟଣା ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ଖାଲି ଲାଠି ନୁହେଁ, ସନ୍ଧ୍ୟାରାଣୀ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୋଇଠା ମଧ୍ୟ ମାରିଥିବା ଭିଡିଓରେ ଦେଖାଯାଉଥିଲା । ଏହି ଘଟଣାରେ ବି ପୀଡ଼ିତ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ଆଉ ଆଜି କମିଶନ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । କମିଶନଙ୍କ ରାୟ ଅନୁଯାୟୀ ସନ୍ଧ୍ୟାରାଣ ଦୁଇବର୍ଷ ପର୍ଯ୍ୟନ୍ତ ଥାନାରେ ଚାକିରି କରିବାର ଅଧିକାର ହରାଇଛନ୍ତି ମାନେ ଏହି ଦୁଇବର୍ଷ ତାଙ୍କୁ କୌଣସି ଥାନାରେ ନିଯୁକ୍ତି ନ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଅଭିଯୁକ୍ତମାନଙ୍କୁ କିଭଳି ବ୍ୟବହାର କରାଯିବା କଥା ସେ ଜାଣିନାହାନ୍ତି, ତେଣୁ ତାଙ୍କୁ ଏହି ପ୍ରକାର ଟ୍ରେନିଂରେ ପଠାଇବାକୁ ବି କମିଶନ ରାୟରେ କହିଛନ୍ତି ।

ଭାତହାଣ୍ଡିରୁ ଗୋଟିଏ ଦେଖିବା ପରି ପାଇକମାଳ ଓ ପାଟଣା ଥାନା ଆଇଆଇସି ପ୍ରମାଣ କରିଦେଇଛନ୍ତି ଯେ ଥାନାରେ ଲୋକଙ୍କୁ ଉପଯୁକ୍ତ ବ୍ୟବହାର କରାଯାଉ ନାହିଁ । ପୋଲିସ ସମସ୍ତ ସୀମା ଉଲ୍ଲଂଘନ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା