Masthead

ଭାଙ୍ଗିଲା ଚେକଡ୍ୟାମ

ସିନାପାଲି(ବଡ଼ ଖବର ବ୍ୟୁରୋ): କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଯାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ହାତୀବନ୍ଧା ଗାଁ ରେ ।
ହାତୀବନ୍ଧା ଗାଁ ନିକଟସ୍ଥ କୁସୁମଜୋର ଡ଼ୁମେନ୍ଦ୍ରଘାଟରେ ୨୦୧୯-୨୦ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ଏକ ଚେକଡ୍ୟାମ । ମନରେଗା ଯୋଜନାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବର୍ଷେ ତଳେ ଏହି ଚେକଡ୍ୟାମ ନିର୍ମାଣ କରାଯାଇଥିଲା । ଏଥିରେ ଠିକାଦାର ସାଜିଥିଲେ ଖୋଦ ହାତୀବନ୍ଧା ସରପଞ୍ଚ । ହେଲେ ନିମ୍ନମାନର କାମ ଯୋଗୁ ପ୍ରଥମ ବନ୍ୟାପାଣିରେ ଡ୍ୟାମ ଭାଙ୍ଗିଯାଇଥିବା ଅଭିଯୋଗ ହେଉଛି । ଡ୍ୟାମର ସ୍ପିଲୱେ ଫାଳ ଫାଳ ହୋଇ ଭାଙ୍ଗିଯିବା ଯୋଗୁ ଜଳସେଚନ ହୋଇପାରୁନାହିଁ ।
ଡ୍ୟାମ ଭାଙ୍ଗିଯିବାରୁ ନାଳରେ ପାଣି ରହୁନାହିଁ । ତେଣୁ ଜଳସେଚନକୁ ନେଇ ଚିନ୍ତାରେ ହାତୀବନ୍ଧାର ଚାଷୀ । ରାଜକୋଷରୁ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଏହି ହାତୀବନ୍ଧା ଗାଁର ଡୁମେନ୍ଦ୍ରଘାଟର ଚେକଡ୍ୟାମ ଅଲଗା ରୂପ କହୁଥିବାବେଳେ ସ୍ଥାନୀୟ ସରପଞ୍ଚ ନିଜେ ଠିକାଦାର ସାଜି କେମିତି ନିମ୍ନମାନର କାମ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡୁମେନ୍ଦ୍ରଘାଟର ଉପର ମୁଣ୍ଡରେ ଚେକଡ୍ୟାମ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀ କହିଥିଲେ ମଧ୍ୟ ବିଭାଗୀୟ ଅଧିକରୀ କିଛି ଶୁଣିଲେନି ବୋଲି ଚାଷୀମାନେ ଅଭିଯୋଗ କରଛନ୍ତି । ଡ୍ୟାମ ଭାଙ୍ଗିବା ଯୋଗୁ ନା ଡ୍ୟାମ ଉପରେ ପାଣି ଅଛି ନା ଚାଷ କାମରେ ଆସୁଛି । ସେପଟେ ତଦନ୍ତ କରି ଡ୍ୟାମ ପୁନଃ ନିର୍ମାଣ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିନାପାଲି ବିଡ଼ିଓ ଅଫ କ୍ୟାମେରାରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼