ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଆଲୋଚନା ଓ ସମାଲୋଚନା ହୋଇ ଆସୁଛି । କିଏ ଏନେଇ ଜି-୨୩ ଗଠନ କରୁଛି ତ ଆଉ କିଏ ଏହା ପାଇଁ ରାହୁଲ ଗାନ୍ଧୀ ହିଁ ବେଷ୍ଟ ବୋଲି କହୁଛି । ଏହା ମଧ୍ୟରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏସବୁକୁ ନେଇ ମୁହଁ ଖୋଲିଛନ୍ତି । ତେବେ କଂଗ୍ରେସର ୱାକିଂ କିମଟିର ବୈଠକରେ ସୋନିଆ ହିଁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷା ବୋଲି କହିଛନ୍ତି । ସମସ୍ତ କଥାକୁ ମୁଁ ଗମ୍ଭୀରତା ସହ ଶୁଣିଛି ଓ ଏହାର ସମାଧାନ କରିଛି ।

ତେଣୁ ଗଣମାଧ୍ୟମ ଜରିଆରେ ଏସବୁ କହିବାର କିଛି ଆବଶ୍ୟକତା ନାହିଁ । ଅସନ୍ତୁଷ୍ଟ ନେତାଙ୍କୁ ଏହା ସୋନିଆଙ୍କର ସିଧାସଳଖ ଉତ୍ତର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ବରଂ ଦଳରେ ଯୁବକଙ୍କ ଅଂଶଗ୍ରହଣ ସଂଖ୍ୟା ବଢିଛି । ତାହା କୃଷକ ମୁଦ୍ଦା ହେଉ ବା ମହାମାରୀ ସମୟରେ ସହାୟତା ଯୋଗାଇଦେବା ପୁଣି ଯୁବ ଓ ମହିଳାଙ୍କ ସମସ୍ୟା ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ଲଖିମପୁର ହିଂସା ଘଟଣାକୁ ନେଇ ମଧ୍ୟ ସୋନିଆ ବଡ଼ ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଭାରତୀୟ ଜନତା ପାର୍ଟିର ମାନସିକତାକୁ ଦର୍ଶାଉଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହି ବୈଠକରେ ସୋନିଆଙ୍କ ସମେତ ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ଆନନ୍ଦ ଶର୍ମା ଆଦି ୫୨ ବରିଷ୍ଠ ନେତା ଯୋଗ ଦେଇ ଦେଶରେ ବର୍ତ୍ତମାନ ରାଜନୈତିକ ସ୍ଥିିତି ବିଷୟରେ ଆଲୋଚନା କରିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’