ରାଉରକେଲା(ବଡ଼ ଖବର ବ୍ୟୁରୋ):  ଆଇଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ। ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ସହିଦ । କାଲି ୩ ସିଆର୍‌ପିଏଫ୍‌ ଅଫିସର୍ ବିସ୍ଫୋରଣରେ ଗୁରୁତର ହୋଇଥିଲେ ।  ଆଜି ଜଣେ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଏକ ସ୍ଥାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଏକ କଲଭର୍ଟ ମଧ୍ୟ ଉଡ଼ାଇ ଦେଇଛନ୍ତି । ଉଭୟ ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି ।

ଜିଲ୍ଲା ପୁଲିସ, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଯବାନମାନେ ସରଣ୍ଡାର ଜରାଇକେଲା ଥାନା ଅଧୀନରେ ଥିବା ସମଠା ଅଞ୍ଚଳର ବାବୁଡ଼େରା ଗାଁରେ ମାଓ ବିରୋଧୀ ଅଭିଯାନ ଚଳାଇଥିଲେ । ଏହି ସମୟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ୬୦ ବାଟାଲିୟନର ଇନ୍ସପେକ୍ଟର କେକେ ମିଶ୍ର ଗୁରୁତର ଆହତ ହୋଇଥିଲେ । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।