Before Header

ଟି-୨୦ ବିଶ୍ୱକପ; ପାକିସ୍ତାନଠୁ ହାରିବାରେ ପ୍ରଥମ ଅଧିନାୟକ ବିରାଟ

0 15

(ବଡ଼ ଖବର ବ୍ୟୁରୋ) :  ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ କୌଣସି ବିଶ୍ୱକପରେ ଭାରତକୁ ପରାସ୍ତ କରିଛି । ରବିବାର ମ୍ୟାଚ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ୧୨-୦ରେ ଅତୁଟ ରହିଥିଲା । ହେଲେ ୨୦୨୧ ଟି ୨୦ ବିଶ୍ୱକପରେ ଭାରତ ତାର ବିଜୟ ଧାରାକୁ ଭାଙ୍ଗି ଦେଇଛି । ତେବେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି ।

ପାକିସ୍ତାନର ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଯାଇଛି । ସେ ୨୯ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ କ୍ୟାପ୍ଟେନ ଯିଏ ପାକିସ୍ତାନ ଠାରୁ ବିଶ୍ୱକପରେ ପରାସ୍ତ ହେଇ ନିଜ ନାଁରେ ରେକର୍ଡ କରିଛନ୍ତି । ରବିବାର ମ୍ୟାଚ ପୂର୍ବରୁ ଭାରତ-ପାକିସ୍ତାନ ୧୨ ଥର ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ । ସବୁଥିରେ ଭାରତ ବିଜୟ ହୋଇଥିଲା ।

କିନ୍ତୁ ବିରାଟଙ୍କ କ୍ୟାପ୍ଟେନସିପରେ ଭାରତ ପ୍ରଥମଥର ପାଇଁ ବିଶ୍ୱକପରେ ହାରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୫୧ ରନ କରିଥିବା ବେଳେ ପାକିସ୍ତାନ ୧୩ ବଲ ପୂର୍ବରୁ ବିନା ୱିକେଟରେ ସେହି ଟାର୍ଗେଟକୁ ପୁରା କରି ନେଇଥିଲା । ମହମ୍ମଦ ରିଜୱାନ ୭୮ ଓ ଅଧିନାୟକ ବାବର ଆଜମ ୬୮ ରନରେ ଅପରାଜିତ ଇନିଂସ ଖେଳିଛନ୍ତି । ପ୍ରଥମଥର ପାଇଁ ପାକିସ୍ତାନ କୌଣସି ଟି-୨୦ରେ ୧୦ ୱିକେଟରେ ଜିତିବାର ରେକର୍ଡ କରିଛି । ପ୍ରଥମ ଥର ପାଇଁ ଭାରତ କୌଣସି ଅର୍ନ୍ତଜାତୀୟ ଟି ୨୦ ୱିକେଟରେ ହାରିବାର ଲଜ୍ଜ୍ୟଜନକ ରେକର୍ଡର ଅଧିକାରୀ ହୋଇଛି ।

Leave A Reply

Your email address will not be published.