Masthead

ଟି-୨୦ ବିଶ୍ୱକପ; ପାକିସ୍ତାନଠୁ ହାରିବାରେ ପ୍ରଥମ ଅଧିନାୟକ ବିରାଟ

(ବଡ଼ ଖବର ବ୍ୟୁରୋ) :  ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ କୌଣସି ବିଶ୍ୱକପରେ ଭାରତକୁ ପରାସ୍ତ କରିଛି । ରବିବାର ମ୍ୟାଚ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ୧୨-୦ରେ ଅତୁଟ ରହିଥିଲା । ହେଲେ ୨୦୨୧ ଟି ୨୦ ବିଶ୍ୱକପରେ ଭାରତ ତାର ବିଜୟ ଧାରାକୁ ଭାଙ୍ଗି ଦେଇଛି । ତେବେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି ।

ପାକିସ୍ତାନର ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଯାଇଛି । ସେ ୨୯ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ କ୍ୟାପ୍ଟେନ ଯିଏ ପାକିସ୍ତାନ ଠାରୁ ବିଶ୍ୱକପରେ ପରାସ୍ତ ହେଇ ନିଜ ନାଁରେ ରେକର୍ଡ କରିଛନ୍ତି । ରବିବାର ମ୍ୟାଚ ପୂର୍ବରୁ ଭାରତ-ପାକିସ୍ତାନ ୧୨ ଥର ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ । ସବୁଥିରେ ଭାରତ ବିଜୟ ହୋଇଥିଲା ।

କିନ୍ତୁ ବିରାଟଙ୍କ କ୍ୟାପ୍ଟେନସିପରେ ଭାରତ ପ୍ରଥମଥର ପାଇଁ ବିଶ୍ୱକପରେ ହାରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୫୧ ରନ କରିଥିବା ବେଳେ ପାକିସ୍ତାନ ୧୩ ବଲ ପୂର୍ବରୁ ବିନା ୱିକେଟରେ ସେହି ଟାର୍ଗେଟକୁ ପୁରା କରି ନେଇଥିଲା । ମହମ୍ମଦ ରିଜୱାନ ୭୮ ଓ ଅଧିନାୟକ ବାବର ଆଜମ ୬୮ ରନରେ ଅପରାଜିତ ଇନିଂସ ଖେଳିଛନ୍ତି । ପ୍ରଥମଥର ପାଇଁ ପାକିସ୍ତାନ କୌଣସି ଟି-୨୦ରେ ୧୦ ୱିକେଟରେ ଜିତିବାର ରେକର୍ଡ କରିଛି । ପ୍ରଥମ ଥର ପାଇଁ ଭାରତ କୌଣସି ଅର୍ନ୍ତଜାତୀୟ ଟି ୨୦ ୱିକେଟରେ ହାରିବାର ଲଜ୍ଜ୍ୟଜନକ ରେକର୍ଡର ଅଧିକାରୀ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା