ଚୀନ ଉପରେ ଆମେରିକାର ୧୦୦% ଟାରିଫ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା । ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ଚ । ଆମେରିକାର ବାଣିଜ୍ୟ ଯୁଦ୍ଧ । ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ  ଘୋଷଣା କରିଛନ୍ତି ଟ୍ରମ୍ପ । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି ।

ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି । ଚୀନ୍ ଏକ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ ବୋଲି ଟ୍ରମ୍ପ୍ କହିଛନ୍ତି । ସେ ଦାବି କରିଛନ୍ତି ଯେ ଚୀନ୍ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା ଲାଗୁ କରିବାକୁ ଯୋଜନା କରୁଛି, ଯାହା ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି କରୁଛି । ଜବାବରେ ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ଏବେ ସମାନ କଠୋର ପଦକ୍ଷେପ ନେବ । ନଭେମ୍ବରରେ ଚୀନ୍ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ନେଇ ଟ୍ରମ୍ପ୍ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ