Before Header

‘ଅଭିଯୋଗରେ ସତ୍ୟତା ଥିଲେ ଗିରଫ କରାଯିବ’

0 70

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଏବେ ବି ଜାରି ରହିଛି ରେସଲରଙ୍କ ଆନେ୍ଦାଳନ । ବୁଝାସୁଝା ପରେ ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ ଭସାଇବାକୁ ପ୍ରସ୍ତୁତି ହେଉଥିବା ବେଳେ ଅଟକାଇଥିଲେ ଚାଷୀ ନେତା ନରେଶ ଟିକାୟତ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ବ୍ରିଜଭୂଷଣ । ସେ କହିଛନ୍ତି ଦିଲ୍ଲୀ ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି।

ଯଦି ଅଭିଯୋଗରେ କୌଣସି ସତ୍ୟତା ଅଛି, ତେବେ ଗିରଫ କରାଯିବ। ଅନ୍ୟପଟେ କୁସ୍ତିଯୋଦ୍ଧାମାନେ ସେମାନଙ୍କର ଦାବି ଗ୍ରହଣ କରିବାକୁ ୫ ଦିନ ସମୟ ଦେଇଛନ୍ତି। ୫ ଦିନ ମଧ୍ୟରେ ତାଙ୍କୁ ଗିରଫ କରା ନ ଗଲେ ସେମାନେ ପୁଣି ହରିଦ୍ୱାର ଯାଇ ମେଡାଲ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.