Masthead

ବଣ୍ଡା ମେଧାବୀ ଛାତ୍ରୀ ଏବେ ଦିନ ମଜୁରିଆ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବଣ୍ଡା ମେଧାବୀ ଛାତ୍ରୀ ଏବେ ଦିନ ମଜୁରିଆ । ଗତ ବର୍ଷ +୨ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ ଆଦିମ ଜନଜାତିର ବଣ୍ଡା ଝିଅ କରମା ମୁଦୁଲି । ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇ ଥିଲେ କର୍ମା । ଏବେ ନିଜ ଉଚ୍ଚ ଶିକ୍ଷା ଖର୍ଚ୍ଚ ମେଣ୍ଟାଇବା ପାଇଁ ପାଲଟିଛନ୍ତି ଦିନ ମଜୁରିଆ । ଟାଣ ଖରାରେ ରଡ ସିମେଣ୍ଟ କାମ କରୁଛନ୍ତି କରମା । ତେବେ ପ୍ରଶ୍ନ ଉଠୁଛି ଆଦିମ ଜନଜାତି ବଣ୍ଡାଙ୍କ ବିକାଶ ଲାଗି କେତେ କ’ଣ ଯୋଜନା ରହିଛି । ତଥାପି କାହିଁକି ଏହି ମେଧାବୀ ଛାତ୍ରୀ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି? ବର୍ତ୍ତମାନ ତାଙ୍କର ହଷ୍ଟେଲ ଖର୍ଚ୍ଚ ୨୪ହଜାର ଟଙ୍କା, ବହି ଖାତା ଓ ଅନ୍ୟ ଖର୍ଚ୍ଚ ୫ହଜାର ଟଙ୍କାର ନିତାନ୍ତ ଆବଶ୍ୟକ ।

ତେବେ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସହାୟତାର ପ୍ରତିଶ୍ରୁତି । ମେଧାବୀ କର୍ମାଙ୍କ ପଢ଼ା ଖର୍ଚ୍ଚ ବହନ କରିବାକୁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା