Before Header

ସୁଯୋଗ ମିଳିଲେ ଓଡିଆ ଫିଲ୍ମରେ ଅଭିନୟ କରିବି: ରାଜକୁମାର

0 21

ତୁମୁଡ଼ିବନ୍ଧ(ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଭାରତ ପିଲ୍ମ ଦୁନିଅଞାର ଜଣାଶୁଣା ଅଭିନେତା ରାଜକୁମାର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ଝାଲିପଡା ଗ୍ରାମର ରାଜକୁମାର ନିଜର ନିଷ୍ଠା ଓ ଉଦ୍ୟମ ବଳରେ ପ୍ରମାଣ କରିଛନ୍ତି ଅସମ୍ଭବ ବୋଲି ସଂସାରରେ କିଛି ନାହିଁ । ପରିବାରର ଆର୍ଥିକ ଦୁସ୍ଥିତିକୁ ଦେଖି ଦାଦନ ଖଟିବାକୁ କେରଳ ଯାଇଥିଲେ ରାଜକୁମାର । ପରବର୍ତ୍ତୀ ସମୟରେ ସେଠାରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ନିଜକୁ ଗଢି ତୋଳିଛନ୍ତି। ଭୀମସେନ ନାୟକ ଏବଂ କମଳଦେଇ ନାୟକଙ୍କ ଚତୁର୍ଥ ସନ୍ତାନ ରାଜକୁମାରଙ୍କ ଜନ୍ମ ୧୯୯୬ ଫେବୃଆରୀ ୩ । ବାପା ଜଣେ ଦିନ ମଜୁରିଆ । ଗରିବ ଶ୍ରେଣୀର ହୋଇଥିବାରୁ ଚାରିପୁଅକୁ ନେଇ ପରିବାର ପ୍ରତିପୋଷଣ କଷ୍ଟଦାୟକ ଥିଲା ତାଙ୍କ ବାପାଙ୍କ ପାଇଁ । ପିଲାଙ୍କୁ ପାଠ ପଢାଇବାର ଅକ୍ଷମ ଥିବା ବାପା ଭୀମସେନ କୌଣସିମତେ ରାଜକୁମାରଙ୍କୁ ପ୍ରଥମେ ଝାଲିପଡା ପ୍ରାଥମିକ ବିଦ୍ୟାଳୟରେ ପଢିବାର ବ୍ୟବସ୍ଥା କରିଥିଲେ ।

ବେଲଘର ହାଇସ୍କୁଲରେ ହଷ୍ଟେଲ ସୁବିଧା ନପାଇବାରୁ ବାଧ୍ୟ ହୋଇ ଲଙ୍କାଗଡ ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢିଥିଲେ ରାଜକୁମାର । କିନ୍ତୁ ଲଙ୍କାଗଡ ହାଇସ୍କୁଲ ତାଙ୍କ ଘର ପାଖରୁ ବହୁତ ଦୂର ହେଉଥିଲା । ୨୦୧୨ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ କଳାରେ ନାମ ଲେଖାଇଥିଲେ ରାଜକୁମାର । ତେବେ କଲେଜ ପଢାରେ ଅର୍ଥ ବାଧକ ସାଜିବାରୁ ୨୦୧୨ରେ ଦାଦନ ଖଟିବାକୁ ସେ କେରଳ ଚାଲି ଯାଇଥିଲେ। ପ୍ରଥମେ ଆନଙ୍ଗାମାଲି ସହରର ହିଲଟପ ହୋଟେଲେରେ କାମ କରିବା ସମୟରେ ଜଣେ ଭଲ କୁକ ପାଲଟି ଯାଇଥିଲେ। ଛୋଟବେଳୁ ଜିମ ଯାଇ ନିଜ ଚେହେରାକୁ ସୁନ୍ଦର ସ୍ବାସ୍ଥ୍ୟରେ ପରିଣତ କରିବାର ସ୍ୱପ୍ନ ରଖିଥିବା ରାଜକୁମାରଙ୍କୁ ସେଠାରେ କିଛି ବନ୍ଧୁଙ୍କ ପ୍ରେରଣା ମଧ୍ୟ ମିଳିଥିଲା ।

ଆନଙ୍ଗାମାଲି ସହରର ପ୍ରତିଷ୍ଠିତ ଗୋଲ ଜିମରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିଲା। ଜିମରେ କୋଚିଂ ନେବା ସମୟରେ ଜିମ ମାଷ୍ଟର ଆନସୋନ ଆଣ୍ଟୋନିଙ୍କ ଦୃଷ୍ଟିକୁ ଆସିଥିଲେ ରାଜକୁମାର। ୨୦୧୬ ଏବଂ ୨୦୧୭ରେ ଲଗାତାର ୨ବର୍ଷ ମିଷ୍ଟର ଏରନାକୁଲମ୍‍ ବିବେଚିତ ହୋଇଥିଲେ ରାଜକୁମାର । ଭଲ ରୋଷେଇ ଶିଖିଥିବାରୁ ରାଜକୁମାରଙ୍କ ଜିମ୍‍ ମାଷ୍ଟର ତାଙ୍କୁ ମାଲାୟାଲାମ ଫିଲ୍ମ ନିର୍ଦେଶକ ଲିଜୋ ଜୋଷ୍‍ ପ୍ଲାସେରିଙ୍କ ସହ ସାକ୍ଷାତ କରାଇ ରୋଷେୟା ଭାବେ ନିଯୁକ୍ତି କରାଇଦେଇଥିଲେ। ରାଜକୁମାରଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଏବଂ ବ୍ୟବହାରରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦେଶକ ତାଙ୍କୁ ୨୦୧୭ରେ ପ୍ରଥମେ ଇସୁ ମାରିଆ ଯୋସେଫ୍‍ ଫିଲ୍ମରେ ଏକ ଛୋଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ।

ପରେ ଜାଲିକାଟୁ ଭଳି ଅସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ଚରିତ୍ରରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ରାଜକୁମାର। ବର୍ତ୍ତମାନ ସୁଦ୍ଧା ସେ ୬ଟି ମାଲାୟାଲାମ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଦାଦନ ଶ୍ରମିକ ଭାବେ ଯାଇ ଦକ୍ଷିଣ ଭାରତ ସିନେମାରେ ତାରକା ବନିଯାଇଥିବା ରାଜକୁମାରଙ୍କ ପାଇଁ ଆଜି ବେଲଘର ତଥା ତୁମୁଡ଼ବନ୍ଧ ବ୍ଲକବାସୀ ବେଶ୍ ଗରର୍୍ିତ । ରାଜ୍କୁବମାର ଓଡିଆ ସିନେମା ଜଗତରେ ସୁଯୋଗ ମିଳିଲେ ଅଭିନୟ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.