Masthead

ଏକକ ବିଶ୍ୱବିଦ୍ୟାଳୟ ହେବ ସିଇଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏକକ ବିଶ୍ୱବିଦ୍ୟାଳୟ ହେବ ସିଇଟି । ‘ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ’(ଓଡ଼ିଶା ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚ ୟୁନିଭର୍ସିଟି) ନାମରେ ନାମିତ କରାଯିବ। ବିଶ୍ବବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ତଥା ପିଏଚ୍‌ଡି ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ କରିବ। ଏହି ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ, ଅନୁସନ୍ଧାନକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ।

ଏଥିପାଇଁ ରାଜ୍ୟ ସରକାର ନୂଆ ଆଇନ ପ୍ରଣୟନ କରିବେ। ଏ ବିଷୟରେ ଶନିବାର କ୍ୟାବିନେଟ୍ ମୋହର ବାଜିଛି। ରାଜ୍ୟ, ଦେଶ ଓ ବିଦେଶର ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ଅଭିଜ୍ଞତା ଆଦାନ ପ୍ରଦାନ କରାଯାଇପାରିବ ତଥା ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ନୂଆ ଦ୍ବାର ଉନ୍ମୁକ୍ତ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୧୯୮୧ ମସିହାରେ ସିଇଟି ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ ଏହା ଓୟୁଏଟି ଅଧୀନରେ ଥିଲା । ଏବେ ଏହା ବିପିୟୁଟିର ଏକ କନ୍‌ଷ୍ଟିଚୁଏଣ୍ଟ୍ କଲେଜ ଭାବେ କାର୍ଯ୍ୟ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ