Masthead

ନରସିଂହ ଓ ରଣେନ୍ଦ୍ରଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ପାଇଁ ବିଧାନସଭାରେ ମୁହାଁମୁହିଁ । ନରସିଂହ ଓ ରଣେନ୍ଦ୍ରଙ୍କ ମଧ୍ୟରେ ବାକ୍ ଯୁଦ୍ଧ । ହସ୍ତକ୍ଷେପ କଲେ ବାଚସ୍ପତି । ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନକାଳରେ ମୁହାଁମୁହିଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର କହିଥିଲେ ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗଚାଷ ବେଆଇନ । ଯିଏ ଭାଗଚାଷ କରିବ ଆଉ ଯିଏ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ । ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା ।

ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣ ଜଳସେଚିତ ଜମିରୁ ୧୩ କୁଇଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଧାନ କିଣୁଛନ୍ତି । ତେବେ ବଳକା ଧାନ କିଣିବ କିଏ ? ସେପଟେ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ । କହିଥିଲେ ମନ୍ତ୍ରୀ ମୋ ପ୍ରଶ୍ନ ଉତ୍ତର ନ ରଖି ପଳାଉଛନ୍ତି। କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ । ପରେ ବାଚସ୍ପତି ନରସିଂହ ଙ୍କୁ କହିଥିଲେ ମନ୍ତ୍ରୀ ପରବର୍ତ୍ତୀ ସମୟ ରେ ଆପଣଙ୍କୁ ତଥ୍ୟ ଯୋଗାଇ ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା