Masthead

କରୋନାରୁ ସୁସ୍ଥ ହୋଇଥିଲେ ଦ୍ବିତୀୟ ଡୋଜ୍ ଦରକାର ନାହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : କରୋନାରୁ ସୁସ୍ଥ ହୋଇଥିଲେ ଟିକାର ଦ୍ବିତୀୟ ଡୋଜ୍ ଆଉ ଦରକାର ନାହିଁ। କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିଏ ଡୋଜ୍ କୋଭିସିଲ୍ଡ ଟିକା ହିଁ ଯଥେଷ୍ଟ।

ଆସାମ ମେଡିକାଲ କଲେଜ୍ (ଏଏମ୍ସି) ଦିବ୍ରୁଗଡ଼ ଏବଂ ଉତ୍ତରପୂର୍ବ ଆଇସିଏମଆର୍ ବିଶେଷଜ୍ଞମାନଙ୍କ ଦ୍ବାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ୧୮ରୁ ୭୫ ବର୍ଷ ବୟସ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ଏହି ଅଧ୍ୟୟନରେ ସାମିଲ ଥିଲେ। ଫଳାଫଳରୁ ଏହା ଜଣାପଡ଼ିଛି ଯେ, ପଜିଟିଭ୍ ମାମଲା ଗୁଡ଼ିକରେ ପ୍ରଥମ ଡୋଜ୍ ତୁଳନାରେ ଦ୍ବିତୀୟ ଡୋଜ୍ ଟିକା ଅଧିକ ଏଣ୍ଟିବଡି ବୃଦ୍ଧି କରୁନି। ଜଣାଯାଇଛି ଯେ, କରୋନାରୁ ସୁସ୍ଥ ହୋଇ କେବଳ ପ୍ରଥମ ଡୋଜ୍ ଟିକା ନେଇଥିବା ଅଂଶଗ୍ରହଣକାରୀଙ୍କଠାରେ ଅଧିକ ଏଣ୍ଟିବଡି ଥିବାବେଳେ ଦ୍ବିତୀୟ ଡୋଜ୍ ନେଇଥିବା ଅଂଶଗ୍ରହଣକାରୀଙ୍କ ଠାରେ କମ୍ ଏଣ୍ଟିବଡି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା