Masthead

ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିହାରରୁ ଆସିଲା ବଡ଼ ଖବର । ଆଜି ମହାଗଠବନ୍ଧନ ପକ୍ଷରୁ ଏହାର ମୁଖ୍ୟମନ୍ତ୍ରୀ ଚେହେରା ନେଇ ଘୋଷଣା କରାଯାଇଛି | ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହିଁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ନେଇ ଘୋଷଣା କରାଯାଇଥିଲା | ଆଜି ପାଟନାର ମୌର୍ଯ୍ୟ ହୋଟେଲରେ ବିହାର ବିଧାନସଭା ନିର୍ବାଚନ  ସମ୍ପର୍କରେ ମହାଗଠବନ୍ଧନ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଏଥିରେ ଆରଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ଅଶୋକ ଗେହଲଟ୍, ବିହାର କଂଗ୍ରେସ ସଭାପତି ରାଜେଶ ରାମ, ଭିଆଇପି ମୁଖ୍ୟ ମୁକେଶ ସାହାଣୀ, ସିପିଆଇଏମର ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ। ତେଜସ୍ୱୀ  ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ସାର୍ବଜନୀନ ଭାବରେ ଘୋଷଣା କରାଯାଇଥିଲା। କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି ।

କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି । ଏଥିସହିତ ପୂରା ଶକ୍ତି ଲଗାଇ ନିର୍ବାଚନ ଲଢୁଛି। ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତଙ୍କର ରାୟ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ