Masthead

ବେଆଇନ ଘେରି ଉଚ୍ଛେଦ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଚିଲିକାରେ ଥିବା ବେଆଇନ ଘେରି ଉଛେଦଜାରୀ। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ମଙ୍ଗଳାଯୋଡି , ସୁନ୍ଦରପୁର , ବାଲିପାଟପୁର , ଭୁଷଣ୍ଡପୁରଗ୍ରାମ ନିକଟସ୍ଥ ଚିଲିକାକୂଳରେ ପ୍ରଶାସନପକ୍ଷରୁ ବେଆଇନ ମାଛପୋଖରୀ ଓ ଘେରି ଉଛେଦ ଜାରୀ ରହିଛି। ଚିଲିକା ମଧ୍ୟରେ ଥିବା ଶହ- ଶହ ଏକର ସରକାରୀ ଜାଗାକୁ ଆଖପାଖ ଅଞ୍ଚଳର କେତେକ ମୁଷ୍ଟିମେୟ ବ୍ୟକ୍ତି ଜୋରଜବରଦସ୍ତ ବେଆଇନ ଭାବେ ଦଖଲ କରି ସେଥିରେ ପୋଖରୀ ନିର୍ମାଣ କରିଥିଲେ।

ସେହି ପୋଖରୀ ଲକ୍ଷ ଲକ୍ଷ ଟଙ୍କାରେ ବନ୍ଧକ ଦେଉଥିଲେ। ବନ୍ଧକ ନେଉଥିବା ଲୋକମାନେ ବିଭିନ୍ନ ରସାୟନିକ ଔଷଧ ବ୍ୟବହାର କରି ମାଛଚାଷ କରୁଥିଲେ। ସେହିମାଛ ସବୁ ରାଜ୍ୟର ବିଭିନ୍ନ ସହର ସହ କଲିକତାକୁ ବିକ୍ରୟ ପାଇଁ ପଠାଉଥିବା ଜଣାପଡିଛି। ଏହି ମାଛଚାଷର ବ୍ୟବହୃତ ଔଷଧ ଚିଲିକାପାଣିରେ ମିଶିଯିବା ଦ୍ୱାରା ଚିଲିକା ପାଣି ବିଷ ହେଉଛି। ଚିଲିକାର ବିବିଦ୍ଧତା ନଷ୍ଟହେଉଛି । ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି ବୋଲି ଚିଲିକା ଉନ୍ନୟନ କତୃପକ୍ଷ ପକ୍ଷରୁ କୁହାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଟାଙ୍ଗୀ ତହସିଲଦାର ସ୍ଥାନୀୟ ପୋଲିସପ୍ରଶାସନ ସହଯୋଗରେ ଚିଲିକା ଉଛେଦ କାର୍ଯ୍ୟ ଜାରି ରଖିଛନ୍ତି । ମୋଟ ୧୦୩ଟି ପୋଖରୀରୁ ୨୦ଟି ପୋଖରୀ ଉଛେଦ ହୋଇଥିବାବେଳେ ଅନ୍ୟଗୁଡ଼ିକ ଉଚ୍ଛେଦ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ