Masthead

ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଲାଗିଲା ମାଓ ପୋଷ୍ଟର ବ୍ୟାନର

ରାଇଘର(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ନବରଙ୍ଗପୁରରେ ଲାଗିଲା ମାଓପୋଷ୍ଟର । ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡିଙ୍ଗା ନୂଆଗାଁ ଛକ ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର । ପୋଷ୍ଟରରେ ହତିଗାଁ ଅଞ୍ଚଳରେ ୯ ଜନ ପୋଲିସ ଇନ୍ ଫର୍ମର ରହିଛନ୍ତି । ସେମାନଙ୍କ ହାତ କାଟି ଦିଆ ଯିବ ସହ ଫାସି ଦିଆ ଜିବ ବୋଲି ଉଲ୍ଲେଖ ରହିଛି ।

ଦୁଇ ଜଣ ବ୍ୟକ୍ତି ଜଙ୍ଗଲ ସଫା କରି ବିକ୍ରୀ କରୁଛନ୍ତି ସେମାନଙ୍କ ହାତ କାଟି ଦିଆଯିବ । କିଛି ବ୍ୟବସାୟୀ ୟୁରିଆ ସାରରେ ୩ ରୁ ୫ ପ୍ରତିଶତ ଅଧିକ ମୂଲ୍ୟ ନେଇ ଜନତାଙ୍କୁ ଲୁଟୁଛନ୍ତି । ସେମାନଙ୍କୁ ସତର୍କ କରାଯାଇଛି । ଏଥି ସହ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ନିଜ ଆଡୁ ଆନ୍ଦୋଳନ କରିବାକୁ ଆହ୍ୱାନ କରାଯାଇଛି । ଏହି ପୋଷ୍ଟର ନୂଆପଡ଼ା ଗରିଆବନ୍ଧ ଡିଭିଜିନାଲ କମିଟି ପକ୍ଷରୁ ଲଗା ଯାଇଛି । ମାଓ ପୋଷ୍ଟର ଲାଗିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ