ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଲାଗିଲା ମାଓ ପୋଷ୍ଟର ବ୍ୟାନର

ରାଇଘର(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ନବରଙ୍ଗପୁରରେ ଲାଗିଲା ମାଓପୋଷ୍ଟର । ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡିଙ୍ଗା ନୂଆଗାଁ ଛକ ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର । ପୋଷ୍ଟରରେ ହତିଗାଁ ଅଞ୍ଚଳରେ ୯ ଜନ ପୋଲିସ ଇନ୍ ଫର୍ମର ରହିଛନ୍ତି । ସେମାନଙ୍କ ହାତ କାଟି ଦିଆ ଯିବ ସହ ଫାସି ଦିଆ ଜିବ ବୋଲି ଉଲ୍ଲେଖ ରହିଛି ।

ଦୁଇ ଜଣ ବ୍ୟକ୍ତି ଜଙ୍ଗଲ ସଫା କରି ବିକ୍ରୀ କରୁଛନ୍ତି ସେମାନଙ୍କ ହାତ କାଟି ଦିଆଯିବ । କିଛି ବ୍ୟବସାୟୀ ୟୁରିଆ ସାରରେ ୩ ରୁ ୫ ପ୍ରତିଶତ ଅଧିକ ମୂଲ୍ୟ ନେଇ ଜନତାଙ୍କୁ ଲୁଟୁଛନ୍ତି । ସେମାନଙ୍କୁ ସତର୍କ କରାଯାଇଛି । ଏଥି ସହ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ନିଜ ଆଡୁ ଆନ୍ଦୋଳନ କରିବାକୁ ଆହ୍ୱାନ କରାଯାଇଛି । ଏହି ପୋଷ୍ଟର ନୂଆପଡ଼ା ଗରିଆବନ୍ଧ ଡିଭିଜିନାଲ କମିଟି ପକ୍ଷରୁ ଲଗା ଯାଇଛି । ମାଓ ପୋଷ୍ଟର ଲାଗିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ