ବେଆଇନ ଘେରି ଉଚ୍ଛେଦ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଚିଲିକାରେ ଥିବା ବେଆଇନ ଘେରି ଉଛେଦଜାରୀ। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ମଙ୍ଗଳାଯୋଡି , ସୁନ୍ଦରପୁର , ବାଲିପାଟପୁର , ଭୁଷଣ୍ଡପୁରଗ୍ରାମ ନିକଟସ୍ଥ ଚିଲିକାକୂଳରେ ପ୍ରଶାସନପକ୍ଷରୁ ବେଆଇନ ମାଛପୋଖରୀ ଓ ଘେରି ଉଛେଦ ଜାରୀ ରହିଛି। ଚିଲିକା ମଧ୍ୟରେ ଥିବା ଶହ- ଶହ ଏକର ସରକାରୀ ଜାଗାକୁ ଆଖପାଖ ଅଞ୍ଚଳର କେତେକ ମୁଷ୍ଟିମେୟ ବ୍ୟକ୍ତି ଜୋରଜବରଦସ୍ତ ବେଆଇନ ଭାବେ ଦଖଲ କରି ସେଥିରେ ପୋଖରୀ ନିର୍ମାଣ କରିଥିଲେ।

ସେହି ପୋଖରୀ ଲକ୍ଷ ଲକ୍ଷ ଟଙ୍କାରେ ବନ୍ଧକ ଦେଉଥିଲେ। ବନ୍ଧକ ନେଉଥିବା ଲୋକମାନେ ବିଭିନ୍ନ ରସାୟନିକ ଔଷଧ ବ୍ୟବହାର କରି ମାଛଚାଷ କରୁଥିଲେ। ସେହିମାଛ ସବୁ ରାଜ୍ୟର ବିଭିନ୍ନ ସହର ସହ କଲିକତାକୁ ବିକ୍ରୟ ପାଇଁ ପଠାଉଥିବା ଜଣାପଡିଛି। ଏହି ମାଛଚାଷର ବ୍ୟବହୃତ ଔଷଧ ଚିଲିକାପାଣିରେ ମିଶିଯିବା ଦ୍ୱାରା ଚିଲିକା ପାଣି ବିଷ ହେଉଛି। ଚିଲିକାର ବିବିଦ୍ଧତା ନଷ୍ଟହେଉଛି । ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି ବୋଲି ଚିଲିକା ଉନ୍ନୟନ କତୃପକ୍ଷ ପକ୍ଷରୁ କୁହାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଟାଙ୍ଗୀ ତହସିଲଦାର ସ୍ଥାନୀୟ ପୋଲିସପ୍ରଶାସନ ସହଯୋଗରେ ଚିଲିକା ଉଛେଦ କାର୍ଯ୍ୟ ଜାରି ରଖିଛନ୍ତି । ମୋଟ ୧୦୩ଟି ପୋଖରୀରୁ ୨୦ଟି ପୋଖରୀ ଉଛେଦ ହୋଇଥିବାବେଳେ ଅନ୍ୟଗୁଡ଼ିକ ଉଚ୍ଛେଦ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ