ନକଲି କାଗଜପତ୍ରରେ କୋଇଲା ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ଯାଉଛି କେମିତି

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): କଳାହୀରାର କଳାବଜାରୀ ଚେର ଏବେ ଲମ୍ବିଛି ତାଳଚେରରୁ ପଶ୍ଚିମବଙ୍ଗ । ପ୍ରତିଦିନ ପାଖାପାଖି ୧୦ରୁ ୧୫ ଟ୍ରକ ତାଳଚେରର ଅନ୍ତପୁର, ଭରତପୁର, ହିଙ୍ଗୁଳା, ଲିଙ୍ଗରାଜ, ଭୁବନେଶ୍ଵରୀ ପ୍ରଭୃତି କୋଇଲା ଖଣିରୁ ପ୍ରାୟ ଟ୍ରକରେ ୩୨ ଟନ୍ ରୁ ଅଧିକ ଉଚ୍ଚମାନର କୋଇଲା ବୋଝେଇ ହେଉଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଏହି କୋଇଲା । ପରିମିଟ ନଥାଇ ମଧ୍ୟ ଏହି ଗାଡିଗୁଡିକ ପଶ୍ଚିମବଙ୍ଗକୁ ଅବାଧରେ ଯାତାୟାତ କରୁଛି । ଜଳେଶ୍ୱର ସହର ଦେଇ ଭାରୀଯାନ ଯାତାୟାତ ନିଷେଧ ଥିଲାବେଳେ ନକଲି କାଗଜପତ୍ର ଜରିଆରେ କୋଇଲା ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ପାର ହେଉଛି କେମିତି? କୋଇଲା ବେଝେଇ ଟ୍ରକର କାଗଜପତ୍ର ଜଳେଶ୍ୱର, ରାଜଘାଟ,ବାଲିଆପାଳ ପର୍ୟ୍ୟନ୍ତ ସୀମିତ ଥିବାବେଳେ ଓଡ଼ିଶା -ପଶ୍ଚିମବଙ୍ଗ ସୀମା ଜଳେଶ୍ୱର ଠାରୁ ନକଲି କାଗଜପତ୍ରରେ ୪୦ କିମି ଦୂର ପଶ୍ଚିମବଙ୍ଗର ଖଡ଼ଗପୁର, କାଁଥି , କଣ୍ଟାଇ , ଏଗ୍ରା, ଦାନ୍ତୁନ ପ୍ରଭୃତି ସ୍ଥାନକୁ କୋଇଲା ଯାଉଛି । ଗତ ସପ୍ତାହରେ ଯାଜପୁର ଜିଲ୍ଲା କାଳିଆପାଣି ପୋଲିସ ଏହି ରାକେଟକୁ ଗିରଫ କରିଥିଲା । ହେଲେ ଏବେଯାଏଁ ମଧ୍ୟ ଚୋରା ଚାଲାଣ ଥମିନାହିଁ । ତେବେ ଏହି ରାକେଟକୁ ଜଳେଶ୍ୱର ପୋଲିସ ଧରିବାରେ ସଫଳ ହେବ କି ନାହିଁ ତାହା ଦେଖିବକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’