Masthead

ନକଲି କାଗଜପତ୍ରରେ କୋଇଲା ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ଯାଉଛି କେମିତି

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): କଳାହୀରାର କଳାବଜାରୀ ଚେର ଏବେ ଲମ୍ବିଛି ତାଳଚେରରୁ ପଶ୍ଚିମବଙ୍ଗ । ପ୍ରତିଦିନ ପାଖାପାଖି ୧୦ରୁ ୧୫ ଟ୍ରକ ତାଳଚେରର ଅନ୍ତପୁର, ଭରତପୁର, ହିଙ୍ଗୁଳା, ଲିଙ୍ଗରାଜ, ଭୁବନେଶ୍ଵରୀ ପ୍ରଭୃତି କୋଇଲା ଖଣିରୁ ପ୍ରାୟ ଟ୍ରକରେ ୩୨ ଟନ୍ ରୁ ଅଧିକ ଉଚ୍ଚମାନର କୋଇଲା ବୋଝେଇ ହେଉଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଏହି କୋଇଲା । ପରିମିଟ ନଥାଇ ମଧ୍ୟ ଏହି ଗାଡିଗୁଡିକ ପଶ୍ଚିମବଙ୍ଗକୁ ଅବାଧରେ ଯାତାୟାତ କରୁଛି । ଜଳେଶ୍ୱର ସହର ଦେଇ ଭାରୀଯାନ ଯାତାୟାତ ନିଷେଧ ଥିଲାବେଳେ ନକଲି କାଗଜପତ୍ର ଜରିଆରେ କୋଇଲା ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ପାର ହେଉଛି କେମିତି? କୋଇଲା ବେଝେଇ ଟ୍ରକର କାଗଜପତ୍ର ଜଳେଶ୍ୱର, ରାଜଘାଟ,ବାଲିଆପାଳ ପର୍ୟ୍ୟନ୍ତ ସୀମିତ ଥିବାବେଳେ ଓଡ଼ିଶା -ପଶ୍ଚିମବଙ୍ଗ ସୀମା ଜଳେଶ୍ୱର ଠାରୁ ନକଲି କାଗଜପତ୍ରରେ ୪୦ କିମି ଦୂର ପଶ୍ଚିମବଙ୍ଗର ଖଡ଼ଗପୁର, କାଁଥି , କଣ୍ଟାଇ , ଏଗ୍ରା, ଦାନ୍ତୁନ ପ୍ରଭୃତି ସ୍ଥାନକୁ କୋଇଲା ଯାଉଛି । ଗତ ସପ୍ତାହରେ ଯାଜପୁର ଜିଲ୍ଲା କାଳିଆପାଣି ପୋଲିସ ଏହି ରାକେଟକୁ ଗିରଫ କରିଥିଲା । ହେଲେ ଏବେଯାଏଁ ମଧ୍ୟ ଚୋରା ଚାଲାଣ ଥମିନାହିଁ । ତେବେ ଏହି ରାକେଟକୁ ଜଳେଶ୍ୱର ପୋଲିସ ଧରିବାରେ ସଫଳ ହେବ କି ନାହିଁ ତାହା ଦେଖିବକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼