Masthead

ମୁଁ ମରିଗଲେ ଦୁଃଖ ନାହିଁ ତୁମେ ବଞ୍ଚ

ନାଗପୁର (ବଡ଼ ଖବର ବ୍ୟୁରୋ): କୁହାଯାଏ ଜୀବନ ଅଛି ତ ମୃତ୍ୟୁ ଅଛି । କିଏ କିଏ ବଞ୍ଚିବାକୁ ଚାହୁଥିବାବେଳେ ଆଉ କିଏ ମୃତ୍ୟୁକୁ ହସି ହସି ଆପଣେଇ ନିଅନ୍ତି । କୋଭିଡ୍ ମହାମାରୀ ବେଳେ ସମସ୍ତେ ମୃତ୍ୟୁକୁ ଦେଖି ଡ଼ରୁଥିବାବେଳ ବେଳେ ଜଣେ ବୃଦ୍ଧା କିନ୍ତୁ ଖୁସି ଖୁସିରେ ନିଜେ ଚିକିତ୍ସିତ ହେଉଥିବା ବେଡକୁ ଅନ୍ୟ ଜଣଙ୍କୁ ଛାଡ଼ି ଦେଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନାଗପୁରରେ । ନାଗପୁରର ଆରଏସଏସ କର୍ମୀ ତଥା ବୃଦ୍ଧ ନାରାୟଣ ଦଭାଲକାର । ନିଜର ଜୀବନକୁ ତୁଚ୍ଛ କରି ବଞ୍ଚାଇଛନ୍ତି ଆଉ ଜଣଙ୍କ ଜୀବନ ।

ତାଙ୍କର ଏହି ମହତ କାମକୁ ସେଲିବ୍ରିଟିଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। କରୋନା ବେଳେ ଯେଉଁଠି ଲୋକମାନେ ବେଡ୍, ଅକ୍ସିଜେନ ଏବଂ ଔଷଧ ପାଇପାରୁ ନାହାଁନ୍ତି ସେହି ସମୟରେ ୮୫ ବର୍ଷ ବୟସ୍କ ନାରାୟଣ ତାଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବଳିଦାନ ଉଦାହରଣ ପାଲଟିଛି। ନାରାୟଣ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବେଡ୍ ମଧ୍ୟ ପାଇଥିଲେ। ଏହି ସମୟରେ ଜଣେ ମହିଳା ୪୦ ବର୍ଷର ସ୍ୱାମୀଙ୍କ ସହ ହସ୍ପିଟାଲ ପହଞ୍ଚିଥିଲେ। ବେଡ୍ ଖାଲି ନ ଥିବାରୁ ଡାକ୍ତର ଜଣଙ୍କ ତାଙ୍କ ଅନୁରୋଧ ରକ୍ଷା କରିପାରୁ ନାହାନ୍ତି ବୋଲି କହିଥିଲେ। ଏହାକୁ କିନ୍ତୁ ଦେଖିଥିଲେ ନାରାୟଣ ଦାଭଲକର। ଆଉ ହସ୍ପିଟାଲ ପ୍ରଶାସନକୁ ନାରାୟଣ କହିଥିଲେ ତାଙ୍କ ବେଡ୍ ସେହି ମହିଳାଙ୍କ ସ୍ୱାମୀଙ୍କୁ ଦିଆଯାଉ। ସେ କହିଥିଲେ, ‘ମୁଁ ମୋ ଜୀବନ ବଞ୍ଚିସାରିଛି।

ମୋତେ ବର୍ତ୍ତମାନ ୮୫ ବର୍ଷ । ହେଲେ ଏହି ମହିଳାଙ୍କ ସ୍ୱାମୀ ଯୁବକ। ଏବେ ତାଙ୍କ ଉପରେ ପରିବାରର ଦାୟିତ୍ୱ ରହିଛି। ତେଣୁ ତାଙ୍କୁ ବେଡ୍ ଦିଆଯିବାର ଆବଶ୍ୟକତା ରହିଛି’। ଆଉ ସେ ଏକ କାଗଜରେ ଲେଖିଥିଲେ ଯେ ସ୍ୱେଚ୍ଛାକୃତ ଭାବରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ପାଇଁ ସେ ହସ୍ପିଟାଲ ଛାଡ଼ୁଛନ୍ତି। ଏହାପରେ ନାରାୟଣ ହସ୍ପିଟାଲ ଛାଡ଼ି ଘରକୁ ଫେରି ଚିକିତ୍ସିତ ହେଉଥିଲେ। ଆଉ ହସ୍ପିଟାଲରୁ ଫେରିବାର ତିନି ଦିନ ପରେ ନାରାୟଣଙ୍କର ବିୟୋଗ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା