Masthead

ଟିକା ନେବାପରେ ବଢିଲା ଚୁମ୍ବକୀୟ ଶକ୍ତି

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଦମ୍ପତିଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି | ଏଭଳି ଦାବି କରିଛନ୍ତି ଢ଼େଙ୍କାନାଳ ଦକ୍ଷିଣକାଳୀ ଅଞ୍ଚଳରେ ରହୁଥିବା ଏକ ପରିବାର ।ଘଟଣାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଉଭୟ ଦମ୍ପତିଙ୍କ ଦେହରେ କଏନ, ଚାମଚ୍, ଛୁରୀ, ଚାବି ପ୍ରଭୁତି ସହଜରେ ଲାଗି ରହିଥିବା ଦେଖିବାକୁ ମିଳିଛି । ଉକ୍ତ ପରିବାରର ମୁଖ୍ୟ ଜଣେ ସରକାରୀ କର୍ମଚାରୀ ଭାବେ କାର୍ୟ୍ୟ କରନ୍ତି । ଉଭୟ ଦମ୍ପତି ଗତ ମେ ମାସରେ କରୋନା ଟିକା ନେଇଥିବା କହିଛନ୍ତି । ଅନ୍ୟ ଏକ ଜିଲ୍ଲାର ସମାନ ଘଟଣା ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବା ପରେ ଉଭୟ ଦମ୍ପତି ମନରେ କୌତୁହଳ ଜାତ ହୋଇଥିଲା ।

ନିଜେ ନିଜ ଦେହରେ ଚାମଚ, କଏନ ଆଦି ଲଗାଇ ଦେଖିଥିଲେ । ନିଜ ଦେହରେ ଓ ପରେ ସ୍ତ୍ରୀଙ୍କ ଦେହରେ କଏନ, ଚାମଚ୍ ଆଦି ଲଗାଇବା ପରେ ତାହା ଦେହରେ ଲାଖି ଯାଉଥିବାର ଦେଖି ସେମାନେ ଆଶ୍ଚର୍ୟ୍ୟ ହୋଇଥିଲେ । ଚୁମ୍ବକୀୟ ଶକ୍ତି ଆସିବା ଫଳରେ ତାଙ୍କର ଶରୀରରେ କୌଣସି ସମସ୍ୟା ହୋଇନଥିବା ଉଭୟ ଦମ୍ପତି କହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଜଣା ପଡ଼ିବା ପରେ ସାଇ ପଡିଶା ଲୋକ ଦେଖିବାକୁ ରୁଣ୍ଡ ହୋଇଛନ୍ତି। କରୋନା ଟିକା ନେବାର କିଛି ଦିନ ପରେ ଉଭୟ ଦମ୍ପତିଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଥିବା ଉଭୟ ଦମ୍ପତି ଦାବି କରିଥିଲେ । କିନ୍ତୁ ପ୍ରକୁତ ଘଟଣାଟି କଣ ତାହା ଅନୁଧ୍ୟାନ ଓ ପରୀକ୍ଷା ପରେ ହିଁ ଜଣାପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ