Masthead

ଟିକା ନେବାପରେ ବଢିଲା ଚୁମ୍ବକୀୟ ଶକ୍ତି

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଦମ୍ପତିଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି | ଏଭଳି ଦାବି କରିଛନ୍ତି ଢ଼େଙ୍କାନାଳ ଦକ୍ଷିଣକାଳୀ ଅଞ୍ଚଳରେ ରହୁଥିବା ଏକ ପରିବାର ।ଘଟଣାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଉଭୟ ଦମ୍ପତିଙ୍କ ଦେହରେ କଏନ, ଚାମଚ୍, ଛୁରୀ, ଚାବି ପ୍ରଭୁତି ସହଜରେ ଲାଗି ରହିଥିବା ଦେଖିବାକୁ ମିଳିଛି । ଉକ୍ତ ପରିବାରର ମୁଖ୍ୟ ଜଣେ ସରକାରୀ କର୍ମଚାରୀ ଭାବେ କାର୍ୟ୍ୟ କରନ୍ତି । ଉଭୟ ଦମ୍ପତି ଗତ ମେ ମାସରେ କରୋନା ଟିକା ନେଇଥିବା କହିଛନ୍ତି । ଅନ୍ୟ ଏକ ଜିଲ୍ଲାର ସମାନ ଘଟଣା ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବା ପରେ ଉଭୟ ଦମ୍ପତି ମନରେ କୌତୁହଳ ଜାତ ହୋଇଥିଲା ।

ନିଜେ ନିଜ ଦେହରେ ଚାମଚ, କଏନ ଆଦି ଲଗାଇ ଦେଖିଥିଲେ । ନିଜ ଦେହରେ ଓ ପରେ ସ୍ତ୍ରୀଙ୍କ ଦେହରେ କଏନ, ଚାମଚ୍ ଆଦି ଲଗାଇବା ପରେ ତାହା ଦେହରେ ଲାଖି ଯାଉଥିବାର ଦେଖି ସେମାନେ ଆଶ୍ଚର୍ୟ୍ୟ ହୋଇଥିଲେ । ଚୁମ୍ବକୀୟ ଶକ୍ତି ଆସିବା ଫଳରେ ତାଙ୍କର ଶରୀରରେ କୌଣସି ସମସ୍ୟା ହୋଇନଥିବା ଉଭୟ ଦମ୍ପତି କହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଜଣା ପଡ଼ିବା ପରେ ସାଇ ପଡିଶା ଲୋକ ଦେଖିବାକୁ ରୁଣ୍ଡ ହୋଇଛନ୍ତି। କରୋନା ଟିକା ନେବାର କିଛି ଦିନ ପରେ ଉଭୟ ଦମ୍ପତିଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଥିବା ଉଭୟ ଦମ୍ପତି ଦାବି କରିଥିଲେ । କିନ୍ତୁ ପ୍ରକୁତ ଘଟଣାଟି କଣ ତାହା ଅନୁଧ୍ୟାନ ଓ ପରୀକ୍ଷା ପରେ ହିଁ ଜଣାପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା