Before Header

ଭିଡିଓ କରି ଗୁଲମକ୍କି ଦେଲେ ଭଦ୍ରକ ଭାଇଚାରାର ଉଦାହରଣ

0 1,323

ଭଦ୍ରକ (ବଡ଼ ଖବର ବ୍ୟୁରୋ): ସଂପନ୍ନ ହୋଇଛି ଭଦ୍ରକର ଐତିହାସିକ ରାମନବମୀ ଉତ୍ସବ । ଏଥର ଶ୍ରଦ୍ଧାଳୁଙ୍କ ସଂଖ୍ୟା ସବୁ ରେକର୍ଡକୁ ଟପିଯାଇଥିଲା । ବିଶାଳ ଶୋଭାଯାତ୍ରା ସମସ୍ତଙ୍କୁ ଚକିତ କରିଥିଲା । ଏପରିକି ପ୍ରଶାସନ ମଧ୍ୟ ଏ ଭିଡ଼ ଆକଳନ କରାପାରି ନ ଥିଲା । ଭଦ୍ରକ ଜିଲ୍ଲାର ଗାଁଗହଳିରୁ ସହର ଯାଏଁ ସମସ୍ତେ ଏକଜୁଟ ହୋଇଥିଲେ ଶୋଭାଯାତ୍ରା । ନା ଥିଲା ଧର୍ମର ଭେଦଭାବ ନା କୌଣସି ମନମାଳିନ୍ୟ । ସମସ୍ତେ ଏକାଠି ହୋଇ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ପାଳନ କରିଥିଲେ । ରାମନବମୀ ସଫଳତାର ସହ ଆୟୋଜିତ ହେବା ପରେ ଏ ସଂପର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ, ଭଦ୍ରକ ଭାଇଚାରାର ଚିତ୍ର ଦେଖିବାକୁ ମିଳିଛି । କିଭଳି ହିନ୍ଦୁ-ମୁସଲମାନ ଏକାଠି ଭାଇଚାରାର ସହ ଏହି ଉତ୍ସବ ପାଳନ କଲେ ସେ ତାହା ଦର୍ଶାଇଛନ୍ତି । ଏହା ସହ ପୁରୁଣା ସବୁ କଥା ଭୁଲି ଏକାଠି ହୋଇ ଭଦ୍ରକ ଭାଇଚାରାର ନୂଆ ଇତିହାସ ଲେଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଧର୍ମ ଧର୍ମ ଭିତରେ କୌଣସି ଭେଦଭାବ ନ ରଖି ସମସ୍ତେ କେମିତି ରାମନବମୀକୁ ଶ୍ରଦ୍ଧାର ସହ ପାଳନ କଲେ ତାହାର ଭିଜୁଆଲ ସେ ଏଥିରେ ଦେଖାଇଛନ୍ତି ।

 ଭଦ୍ରକ ରାମନବମୀ ସାରା ଦେଶକୁ ସଦଭାବନାର ବାର୍ତ୍ତା ଦେଇଛି । ହିନ୍ଦୁ ଓ ମୁସଲମାନ ଉଭୟ ସମନ୍ୱୟ ରକ୍ଷା କରି ପାଳିଛନ୍ତି ଏହି ଉତ୍ସବ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରର ଅପୂର୍ବ ଏକତା ଦେଖିବାକୁ ମିଳିଛି । ହିନ୍ଦୁ ପର୍ବ ହୋଇଥିଲେ ବି ମୁସଲମାନ ମାନେ ବି ଉତ୍ସାହର ସହ ସାମିଲ ହୋଇଛନ୍ତି । ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ ପ୍ରତିଟି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦଭାବ ବଜାୟ ରଖିବା ପାଇଁ ତାଙ୍କ ବାର୍ତ୍ତା ହୃଦୟସ୍ପର୍ଶୀ ।

Leave A Reply

Your email address will not be published.