ବିଧାନସଭା ସଠିକ ଭାବେ ଚାଲି ନପାରିବା ପାଇଁ ବିରୋଧୀ ହିଁ ଦାୟୀ: ଦେବୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର । ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି ବୋଧେ କିନ୍ତୁ ଭିତରେ ତ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବି ମିଶ୍ର । ସେ କହିଛନ୍ତି ବିଧାନସଭାର କାର୍ଯ୍ୟ ପରିଧି ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ କି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ବିଧାନସଭା ସଠିକ ଭାବେ ନ ଚାଲି ପାରିବା ନେଇ ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ ।

କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ । ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟାପକ୍ଷ ଆଉ ବିରୋଧୀ ବରପକ୍ଷ । କିନ୍ତୁ ବର ପକ୍ଷ ବି ଆଲୋଚନା ପାଇଁ ରହିବା ଦରକାର । ଯଦି ଆଉଟ ହୋଇଯିବେ କେମିତି ଆଲୋଚନା ହେବ । ସେ ଆହୁରି ମଧ୍ୟ କହିଛନ୍ତି ବେକାରୀ ଓ ବେରୋଜଗାରୀ ହ୍ରାସ ହେବା ଦରକାର । ସିଏମଆଇଆର ରିପୋର୍ଟ ବି କିଛି ଦିନ ତଳେ କହିଥିଲା କି ଓଡ଼ିଶାରେ ବେକାରୀ କମିଛି । ବେକାରୀ ହେଉଛି ସମଗ୍ର ଭାରତ ବର୍ଷର ସମସ୍ୟା । ତାକୁ କମେଇବା ଦରକାର । ଶିଳ୍ପ ଓ କୃଷି, ପର୍ଯ୍ୟଟନ କ୍ଷେତ୍ରରେ ଭ୍ୟାଲୁ ଆଡ଼ିସନ କରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହ ଆତ୍ମ ନିଯୁକ୍ତି ବଢ଼େଇବା ପାଇଁ ରାଜ୍ୟ ସରକାର ସେଥିପାଇଁ ସବୁବେଳେ ତତ୍ପର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ