Masthead

ମହାପ୍ରଭୁଙ୍କ ଜନ୍ମବେଦିକୁ ଅବମାନନା

ପୁରୀ(ବଡ଼ ଖବର ବ୍ୟୁରୋ): ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ବେଢାରେ ଡ୍ରିଲ ମେସିନ ଲଗାଇ ଚଟାଣ ପଥର ଖୋଳାଯାଉଛି । ଶ୍ରମିକ ମାନେ ଚପଲ ପିନ୍ଧି ଭିତର ବେଢା ଏବଂ ଗୁଣ୍ଡିଚା ମନ୍ଦିର ଭିତରେ କାମ କରୁଛନ୍ତି । ଏହି ଘଟଣା ଦୃଷ୍ଟିକୁ ଆସିବାପରେ ସହରରେ ହଇଚଇ ସୃଷ୍ଟି ହୋଇଛି । ସାମାଜୀକ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶନିବାର ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ରାଜଧାନୀର ଏକ ସଂଗଠନ ଏହି କାର୍ଯ୍ୟ କରୁଥିବାର ଜଣାପଡିଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ବେଢାର ପ୍ରବେଶ ପଥ କଡରୁ ଚଟାଣର ପଥର ବଦଳାଇବାକୁ ଏହି ସଂଗଠନକୁ ଶ୍ରୀମନ୍ଦିରର ପ୍ରଶାସନ ନିୟୋଜିତ କରିଥିବା ଖବର ମିଳିଛି । ଶ୍ରୀମନ୍ଦିର ସମେତ ଅନେକ ସରକାରୀ ଅନୁଷ୍ଠାନକୁ ଏହି ସଂଗଠନ ସେବା ଯୋଗାଉଛି । ତେବେ ସହରବାସୀ ଏବଂ ଭକ୍ତମାନେ ପ୍ରଶ୍ନ ଉଠାଉଛନ୍ତି ମନ୍ଦିର ଭିତରକୁ କେମିତି ଚପଲ ପିନ୍ଧି ପ୍ରବେଶ କଲେ । ଯେତେବେଳେ କି ଚପଲ ପିନ୍ଧି ପ୍ରବେଶ ନକରିବା ପାଇଁ କଟକଣା ରହିଛି । କଣ ଏହି କଟକଣା ବିଷୟରେ ସଂଗଠନ ଅବଗତ ନାହିଁ ନା ସଂଗଠନ କ୍ଷମତାର ଦୁରୁପଯୋଗ କରୁଛି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର