ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି କାର୍ଯ୍ୟାଳରେ ପହଞ୍ଚିଲେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ଦୁଇ ଦିନ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୪ଟି ପର୍ଯ୍ୟାୟରେ ହେବ ବୈଠକ । ଆଜି ହେବ ମହା ଜନ ସଂପର୍କ ଅଭିଯାନର ସମୀକ୍ଷା । ୨୦ ଜଣିଆ ଟିମ ସହ ବଂଶଲ କରିବେ ଆଲୋଚନା । ଏହାସହ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କ ସହ ହେବ ସାଂଗଠନିକ ଚର୍ଚ୍ଚା ଓ ଆଲୋଚନା । ଆସନ୍ତାକାଲି ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ ।
ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ଏଥିରେ ୧୩ ଲୋକସଭା କ୍ଷେତ୍ର ଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହ ପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ତାପରେ ଦଳର ବିଧାୟକ ମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ ସୁନୀଲ ବଂଶଲ । ସଙ୍ଗଠନ ଏବଂ ୨୦୨୪ ବ୍ଲୁ ପ୍ରିଣ୍ଟ ହେବ ଆଲୋଚନା ।