Masthead

ଏସସିବିରେ ଅଘଟଣ, ଛାତରୁ ଡେଇଁ ରୋଗୀ ମୃତ

କଟକ (ବଡ଼ ଖବର ବ୍ୟୁରୋ): କଟକ ଏସସିବି ମେଡିକାଲ କୋଭିଡ ହସ୍ପିଟାଲ ରେ ଅଘଟଣ। ଆଖି ବିଭାଗ ଉପରେ ଥିବା ୪ର୍ଥ ମହଲା ଉପର କୋଭିଡ ଓ୍ବ।ର୍ଡର ଝରକା ଉପରୁ ଜଣେ କରୋନା ରୋଗୀ ଖସିପଡ଼ି ରୋଗରଙ୍କ ମୃତ୍ୟୁ ଘଟିଛି । ତେବେ ସେ ରୋଗୀ ଜଣକ ଆତ୍ମହତ୍ୟା ଉଦ୍ୟମ କରି ଡେଇଁପଡିଥିଲେ କି ଅନ୍ୟ କୈାଣସି କାରଣ ତାହା ସ୍ପଷ୍ଟ ହୋଇନାହିଁ। ଚାରି ମହଲା ଉପରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସଂଗେ ସଂଗେ ମେଡିକାଲ ସୁରକ୍ଷାକର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ମୟୁରଭଞ୍ଜ ଅଞ୍ଚଳରେ । କରୋନା ପଜିଟିଭ ପରେ ବୁଧବାର ଦିନ ତାଙ୍କୁ ଏସସିବି କୋଭିଡ ଓ୍ବ।ର୍ଡରେ ଭର୍ତ୍ତି କରାଯାଇଥିଲା।

ଗତ ମଙ୍ଗଳବାର ଦିନ ମଧ ଏହି ଓ୍ବ।ର୍ଡରେ ଜଣେ କରୋନା ବୃଦ୍ଧ ରୋଗୀ ପାଇଖାନା ଭିତରେ ପ୍ରାଣ ହରାଇଥିଲେ ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏହି ପରି ଘଟଣା କଟକ ବଡ଼ ମେଡ଼ିକାଲ କୋଭିଡ୍ ଓ୍ବାର୍ଡରେ ବାରମ୍ବାର ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି କନ୍ନପାତ କରୁନଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ